ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଉଦଳା: ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡୁଛନ୍ତି । ପୂର୍ବରୁ ଅନେକ ସରକାରୀ କର୍ମଚାରୀ ଏହି ଭିଡିଲାନ୍ସ ହାତରେ ଧରା ପଡିଥିବା ବେଳେ ବର୍ତ୍ତମାନ ପୁଣି ଏକ ସରକାରୀ ବାବୁ ଏହି ଜାଲରେ ଫସିଛନ୍ତି ।

ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ ପଣ୍ଡା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ହୋଇଥିବା ଜଣାପଡିଛି । ରବି ନାରାୟଣଙ୍କ ୮ଟି ଠିକଣାରେ ରେଡ୍‌ କରିଛି ଭିଜିଲାନ୍ସ ।

SBI_Festive_Digital Billboard