କେନ୍ଦ୍ର ସରକାରରେ ନିତିନ ଗଡକରୀଙ୍କ ଭଳି ମନ୍ତ୍ରୀ ରହିବା ଦରକାର : ତେଜସ୍ବୀ ଯାଦବ

ନୂଆଦିଲ୍ଲୀ, ୧୪/୧୧ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନିତିନ ଗଡକରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରରେ ନିତିନ ଗଡ଼କରୀଙ୍କ ଭଳି ଆହୁରି ମନ୍ତ୍ରୀ ରହିବା ଦରକାର, ଫଳରେ ସବୁ ବିଭାଗରେ କାମ ଅଟକିବନାହିଁ। ନିତିନ ଗଡକରୀ ଦଳ ନୁହେଁ ବରଂ ବିକାଶ ପାଇଁ କାମ କରିଥାନ୍ତି। ବିହାରର ରୋହତାସରେ ଏନଏଚ ପରିଯୋଜନାର ଶିଳାନ୍ୟାସ ସାମରୋହକୁ ସମ୍ବୋଧିତ କରିବା ଅବସରରେ ଏପରି କହିଛନ୍ତି ତେଜସ୍ବୀ ଯାଦବ। ତେଜସ୍ବୀ କହିଥିଲେ ନିତିନ ଗଡକରୀଙ୍କ ପାଖରେ ଯେତେବେଳେ କୌଣସି ଦାବି ରଖିଥାନ୍ତି ତେବେ ତାହାକୁ ପୂରା କରିବା ପାଇଁ ସେ ନିଶ୍ଚୟ କାମ କରିଥାନ୍ତି।

ରୋହିତାସର ସୋନ୍‌ ନଦୀ ଉପରେ ପଣ୍ଡୁକା ନିକଟରେ ୨୧୦ କୋଟି ଟଙ୍କାର ବ୍ୟୟରେ ୧.୫ କିମି ଲମ୍ବା ୨-ଲେନ ବିଶିଷ୍ଟ ଆରସିସି ପୋଲର ଶିଳାନ୍ୟାସ ସମାରୋହରେ କେନ୍ଦ୍ର ସଡ଼କ ପରିବହନ ନିତିନ ଗଡକରୀ, ଅଶ୍ବିନୀ ଚୌବେ, ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ବିହାର ଭାଜପା ଅଧ୍ୟକ୍ଷ ସଞ୍ଜୟ ଜୟସଓ୍ବାଲ ଉପସ୍ଥିତ ରହିଥିଲେ।

 

SBI_Festive_Digital Billboard