ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅର୍ଥାତ ୮ ବିଲିୟନ ଛୁଇଁଲା

ନୂଆଦିଲ୍ଲୀ,୧୫/୧୧ : ବିଶ୍ୱ ଜନସଂଖ୍ୟା ୨୦୨୨ ମସିହା ନଭେମ୍ବର ୧୫ରେ ୮୦୦ କୋଟି ପାର କରିଛି। ୧୯୭୪ରେ ବିଶ୍ୱର ଜନସଂଖ୍ୟା ୪ ବିଲିୟନ ଅର୍ଥାତ ୪୦୦ କୋଟି ଛୁଇଁଥିଲା। ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି। ୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ ଜନସଂଖ୍ୟା ୭୦୦ କୋଟିର ମାର୍କ ପାର କରିଥିଲା। ଆଜି ମିଳିତ ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୯ତମ ଶତାବ୍ଦୀରେ ବିଶ୍ୱରେ ମାତ୍ର ୧.୬ ବିଲିୟନ ଲୋକ ରହିଥିଲେ। ଏହାପରେ ଜନସଂଖ୍ୟା ପ୍ରାୟ ୫ ଗୁଣ ବଢ଼ିଛି। ଆକଳନ ଅନୁସାରେ, ବିଶ୍ୱ ଜନସଂଖ୍ୟା ୯୦୦ କୋଟି ଛୁଇଁବାକୁ ଆଉ ୧୫ ବର୍ଷ ସମୟ ଲାଗିବ। ସେହିପରି ୯୦୦ କୋଟିରୁ ୧୦୦୦ କୋଟିରେ ପହଞ୍ଚିବା ପାଇଁ ସମସ୍ତଙ୍କୁ ଆଉ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।

ଏକବିଂଶ ଶତାବ୍ବୀର ଶେଷ ବେଳକୁ ବିଶ୍ୱ ଜନସଂଖ୍ୟା ୧୦.୪୩ ବିଲୟନ ସ୍ତରରେ ପହଞ୍ଚି ଯାଇଥିବ। ଏହାପରେ ଧୀରେଧୀରେ ଏହା ହ୍ରାସ ପାଇବା ଆରମ୍ଭ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

୧୮୦୫ରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଥିଲା। ଏହାର ୧୨୦ ବର୍ଷ ପରେ ଅର୍ଥା ୧୯୨୫ରେ ଏହା ୨୦୦ କୋଟି, ୧୯୬୦ରେ ୩୦୦ କୋଟି, ୧୯୭୫ରେ ୪୦୦ କୋଟି, ୧୯୮୬୭ରେ ୫୦୦ କୋଟି, ୧୯୯୯ରେ ୬୦୦ କୋଟି, ୨୦୧୧ରେ ୭୦୦ କୋଟି ଓ ୨୦୨୨ରେ ଏହା ୮୦୦ କୋଟି ଛୁଇଁଛି। ୨୦୩୭ ବେଳରୁ ଏହା ୯୦୦ କୋଟି ଓ ୨୦୫୮ ବେଳକୁ ବିଶ୍ୱର ଜନସଂଖ୍ୟା ୧୦୦୦ କୋଟି ଛୁଇଁବ।

ଅନ୍ୟପକ୍ଷରେ ଆସନ୍ତା ୨୦୨୩ ବେଳକୁ ଭାରତ ଜନସଂଖ୍ୟା ମାମଲାରେ ଚାଇନାକୁ ଟପି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ ଚାଇନା ଓ ଭାରତର ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। ଜତିସଂଘର ଆକଳନ ଅନୁଯାୟୀ, ଆସନ୍ତା ଗୋଟିଏ ବର୍ଷ ପରେ ଭାରତର ଜନସଂଖ୍ୟା ଚାଇନାକୁ ଅତିକ୍ରମ କରିଯିବ। ବର୍ତ୍ତମାନର ଚାଇନାର ଜନସଂଖ୍ୟା ୧୪୪ ବିଲିୟନ ଥିବା ବେଳେ ଭାରତର ଜନସଂଖ୍ୟା ୧୩୮ ବିଲିୟନ ରହିଛି।

SBI_Festive_Digital Billboard