କଟକ ବାଲିଯାତ୍ରା ମଞ୍ଚରେ ‘ନବୀନ ବନ୍ଦନା’କୁ ପ୍ରଭାତଙ୍କ ନାପସନ୍ଦ

ଭୁବନେଶ୍ୱର,୧୮/୧୧ : କଟକ ବାଲିଯାତ୍ରା ମଞ୍ଚରେ ‘ନବୀନ ବନ୍ଦନା’କୁ ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ନାପସନ୍ଦ କରିଛନ୍ତି । ଏଥିପାଇଁ ପରୋକ୍ଷରେ ଜିଲ୍ଲା ପ୍ରଶାସନ ଓ କିଛି ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି।

ପ୍ରଭାତ କହିଛନ୍ତି, କଟକ ବାଲିଯାତ୍ରା ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଛି। ପ୍ଲଟ ବଣ୍ଟନଠୁ ଆରମ୍ଭ କରି ଏହାର ଦାମ ନିର୍ଦ୍ଧାରଣ, ବ୍ୟକ୍ତି ଚୟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ବିଭ୍ରାଟ ହୋଇଛି। ବାଲିଯାତ୍ରାରେ ପ୍ଲଟ୍ ଦର ବୃଦ୍ଧି କରିବା ପୂର୍ବରୁ ଆଲୋଚନା କରିବାର ଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି ଆଲୋଚନା କଲା ନାହିଁ। ପ୍ଲଟ୍ ଦର ବୃଦ୍ଧି ହେବା ଯୋଗୁ ଯେଉଁମାନେ ପ୍ରତିବର୍ଷ ପ୍ଲଟ୍‌ କିଣନ୍ତି, ସେମାନେ କିଣିପାରିଲେ ନାହିଁ। ବଡ଼ବଡ଼ି‌ଆ ଲୋକ ପ୍ଲଟ୍‌ କିଣିଲେ। ଯାହାଫଳରେ ବାଲିଯାତ୍ରାରୁ ବ୍ୟବସାୟ କରି ପ୍ରତିବର୍ଷ ଦୁଇ ପଇସା ରୋଜଗାର କରୁଥିବା ଲୋକମାନଙ୍କର କିଛି ଲାଭ ହେଲା ନାହିଁ। ଜନପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କୁ ସାମିଲ ନ କରି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏକଚାଟିଆ ନିଷ୍ପତ୍ତି ନେଇଥିବାରୁ ଏପରି ହୋଇଛି। ବାଲିଯାତ୍ରାର ଗୌରବକୁ ମହାନଦୀରେ ଭସାଇ ଦିଆଯାଇଛି। ବାଲିଯାତ୍ରାରେ କେତେ ଆୟ ହେଉଛି, କେତେ ବ୍ୟୟ ହେଉଛି, ତାର ସ୍ପେସାଲ ଅଡିଟ ରାଜ୍ୟ ସରକାର କରନ୍ତୁ। ଜିଲ୍ଲା ପ୍ରଶାସନ ନୁହେଁ, ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ବାଲିଯାତ୍ରା ଆୟୋଜନ କରାଯାଉ ବୋଲି ପ୍ରଭାତ ଦାବି କରିଛନ୍ତି।

SBI_Festive_Digital Billboard