ଆସନ୍ତାକାଲିଠାରୁ ଫିଫା ଫୁଟବଲ ବିଶ୍ବକପ – ୨୦୨୨

ଦୋହା, ୧୯/୧୧ : ବିଶ୍ବର ଲୋକପ୍ରିୟ ତଥା ସର୍ବବୃହତ ଏକକ କ୍ରୀଡ଼ା ମହାକୁମ୍ଭ ଫିଫା ଫୁଟବଲ ବିଶ୍ବକପର ୨୨ତମ ସଂସ୍କରଣ କାତାରରେ ଚଳିତ ୨୦ ତାରିଖରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି । ୩୨ଟି ଦଳ ରଣନୀତି ଶେଷ କରିଛନ୍ତି। ମଧ୍ୟପ୍ରାଚ୍ୟ ତଥା ପଶ୍ଚିମ ଏସିଆର ଅନ୍ୟତମ ଦେଶ କାତାର ଫିଫା ଫୁଟବଲ ବିଶ୍ବକପକୁ ନେଇ ଉତ୍ସବ ମୁଖର ହୋଇପଡିଛି। ଏସୀୟ ମହାଦେଶରେ ଏହି ସମ୍ମାନଜନକ ପ୍ରତିଯୋଗିତା ଦ୍ବିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି। ପୂର୍ବରୁ ୨୦୦୨ରେ ଦକ୍ଷିଣ କୋରିଆ ଓ ଜାପାନ ମିଳିତ ଭାବେ ଫିଫା ଫୁଟବଲ ବିଶ୍ବକପର ସପ୍ତଦଶତମ ସଂସ୍କରଣ ଆୟୋଜନ କରିଥିଲେ।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଫିଫା ବିଶ୍ୱକପ୍‌ ୨୦୨୨ର ଉଦ୍‌ଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମାସ ୨୯ ତାରିଖରେ କାତାର ଅମୀର ଶେଖ୍‌ ତାମିମ୍‌ ବିନ୍‌ ହମାଦ୍‌ ଅଲ୍‌ ଥାନିଙ୍କ ସହିତ କଥାବାର୍ତ୍ତା କରିବା ଅବସରରେ ଫିଫା ବିଶ୍ୱକପ୍‌ ୨୦୨୨ର ସଫଳତା ଲାଗି ଶୁଭେଚ୍ଛା ଜଣାଇଥିଲେ । ଏହି ବିଶ୍ୱକପ୍‌ ପ୍ରତିଯୋଗିତା ଆସନ୍ତାକାଲିଠାରୁ ଡିସେମ୍ବର
୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

 

SBI_Festive_Digital Billboard