ବର୍ତ୍ତମାନ ସବୁ ଅପେକ୍ଷାର ଘିଟିଛି ଅନ୍ତ । ସାତଜନ୍ମର ସାଥୀ ପାଲଟି ଯାଇଛନ୍ତି ଈଶା ଅମ୍ବାନୀ ଓ ଆନନ୍ଦ ପିରାମଲ । ଭାରତର ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଏକମାତ୍ର କନ୍ୟା ଈଶାଙ୍କ ବିବାହରେ ଦେଶ ତଥା ଦେଶ ବାହାରୁ ଅନେକ ଅତିଥୀ ଛୁଟି ଆସିଥିଲେ। ମୁମ୍ବାଇରେ ଅମ୍ବାନୀଙ୍କ ବାସଗୃହ (ଆଣ୍ଟିଲିଆ)ରେ ବିବାହର ସମାରୋହର ଆୟୋଜନ କରାଯାଇଥିଲା। କହିବାକୁ ଗଲେ ଦିର୍ଘ ସମୟ ଧରି ଈଶାଙ୍କ ମେହେନ୍ଦି, ହଳଦୀ ଆଦି ରସମ ଚାଲି ଆସୁଥବାବେଳେ ଈଶାଙ୍କ ବିବାହରେ ବାପା ମୁକେଶ କୌଣସି ଅବହେଳା କରିନଥିଲେ । ଝିଅ ଜ୍ୱାଇଁ ଦୁହେଁ ଅଫ୍ ହ୍ୱାଇଟ୍ ରଙ୍ଗର କପଡ଼ା ପିନ୍ଧିଥିଲେ । ହ୍ୱାଇଟ୍ ରଙ୍ଗର ଲେହେଙ୍ଗା ସହ ଈଶା ଲାଲ୍ ରଙ୍ଗର ଚୁନି ପରିଧାନ କରିଥିଲେ। ସନ୍ଧ୍ୟା ୫ଟାରୁ ବିବାହ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ଅମ୍ବାନୀଙ୍କ ପ୍ରାଙ୍ଗଣରେ । ଈଶାଙ୍କ ଦୁଇ ଭାଇ ଘୋଡ଼ାରେ ବସି ସବୁ କାର୍ଯ୍ୟ ତଦାରଖ କରୁଥିଲେ। ବିବାହ ମଣ୍ଡପକୁ ଈଶାଙ୍କୁ ତାଙ୍କ ଦୁଇଭାଇ ଆକାଶ ଓ ଅନନ୍ତ ପାଛୋଟି ଆଣିଥିଲେ। ତେବେ ଈଶାଙ୍କ ବୋହୂ ବେଶ ଦେଖି ମା’ ନୀତା ଭାବବିଭୋର ହୋଇପଡ଼ିଥିଲେ। ବିବାହ ମଣ୍ଡପରେ ଝିଅ ଜ୍ୱାଇଁ ବେଶ ଖୁସି ଜଣାପଡୁଥିଲେ। ବଲିଉଡ଼ର ନୂଆ ବିବାହିତ କପଲ ଦୀପବୀର ଓ ନିକ୍ୟାଙ୍କ ଈଶାଙ୍କ ବିବାହ କାର୍ଯ୍ୟରେ ସାମିଲ ହୋଇଥିଲେ ଯାହାଙ୍କ ଉପରେ ସଭିଙ୍କ ଆଖି । ଏହାଛଡା ବଚ୍ଚନ ପରିବାରର ବହୁ ବିଶ୍ୱସୁନ୍ଦରୀ ଐଶର୍ଯ୍ୟା ନିଜ ସ୍ୱାମୀ ଓ ଝିଅ ଆରାଧ୍ୟା ସହ ଦଖା ଯାଇଥିଲେ । ବଲିଉଡ଼ କଳାକାରଙ୍କ ବ୍ୟତୀତ ଭାରତର ଅନେକ ରାଜନେତା ତଥା ରାଜନାଥ ସିଂହ, ମମତା ବାନାର୍ଜୀଙ୍କ ସମେତ ପୂର୍ବତନ ରାଷ୍ଟ୍ରପତୀ ପ୍ରଣବ ମୁଖାର୍ଜୀ ପ୍ରମୁìଖ ଏହି ଗ୍ରାଣ୍ଡ ମ୍ୟାରେଜ ପାର୍ଟିରେ ସାମିଲ ହୋଇଥିଲେ । ଏହି ଅବସରରେ ମୁକେଶ ଅମ୍ବାନୀଙ୍କ ଭାବି ବୋହୂ ଶ୍ଳୋକା ମେହତା ଈଶାଙ୍କ ପାଖାପାଖି ରହୁଥିବାର ଦେଖିବାକୁ ମିଳିଥିଲା । ଭାରତ କ୍ରିକେଟ ଦଳର ଦିଗଜ କ୍ରିକେଟରମାନେ ବି ନଜର ଆସିଥିଲେ । ଅମ୍ବାନୀଙ୍କ ଏକମାତ୍ର କନ୍ୟା ପିରାମଲ ପରିବାରର ବୋହୂ ହେବାର ଯାତ୍ରା ଥିଲା ରାଜକୀୟ ଯାହାକୁ ଦେଶ ତଥା ଦୋ ବାହାରୁ ଆସିଥିବା ଅତିଥୀମାନେ ବେଶ୍ ଭଲଭାବେ ଉପଭୋଗ କରିଛନ୍ତି।