ଭୁବନେଶ୍ୱର:ଅବୈଧ ଗାଡ଼ି-ମୋଟର ଚଳାଉଥିଲେ ଆଜିଠୁ ସୁଧୁରି ଯାଆନ୍ତୁ । କାରଣ ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଗାଡ଼ିକୁ ଏଣିକି ଧରିବ ଇ-ଡିଟେକ୍ସନ । ଡକ୍ୟୁମେଣ୍ଟ ଅପଡେଟ ନଥାଇ ଚାଲୁଥିବା ଯାନକୁ ଧରିବାକୁ ଏପରି ଯୋଜନା କରାଯାଇଛି । ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହେଉଥିବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଯେଉଁମାନଙ୍କ ବୈଧ ଡକ୍ୟୁମେଣ୍ଟ ନଥିବ, ସେମାନଙ୍କର ଇ-ଚାଲାଣ କଟାଯିବ । ଫାଷ୍ଟଟ୍ୟାଗ୍ ଓ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି କଟାଯିବ ଇ-ଚାଲାଣ । ଜାନୁଆରୀ ପହିଲାରୁ ଜାତୀୟ ରାଜପଥରେ ଇ-ଚିହ୍ନଟ ଲାଗୁ ହେବାକୁ ଯୋଜନା କରାଯାଉଛି ।
