ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ରାଶି ଓ ଗ୍ରହ ତାଙ୍କର ସ୍ୱଭାବ ଉପରେ ବି ପଡିଥାଏ । କିଛି ଲୋକ ରାଗି ହୋଇଥିବା ବେଳେ କିଛି ଲୋକ ନରମ ହୃଦୟର ହୋଇଥାନ୍ତି । କିଛି ଲୋକ ନିଜ ଭିତରେ ମସ୍ତ ଥିବା ବେଳେ ଆଉ କିଛି ମେଳାପୀ ସ୍ୱଭାବର ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏପରି ରାଶିର ବ୍ୟକ୍ତି ଅଛନ୍ତି,ଯେଉଁମାନେ ହୋଇଥାନ୍ତି ବହୁତ ସ୍ୱାଭିମାନୀ । ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ଏମିତି ରାଶି ଅଛନ୍ତି ଯେଉଁମାନେ କମ ବୟସରେ ବହୁତ ପରିପକ୍ୱ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି ରାଶିର ଚିହ୍ନ ବିଷୟରେ କହୁଛୁ, ଯେଉଁ ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ବିନମ୍ର ସ୍ୱଭାବର ହୋଇଥାନ୍ତି । ଆଉ ଏମାନେ ନିଜର ବିନମ୍ର ସ୍ୱଭାବ ପାଇଁ ପ୍ରଶଂସିତ ମଧ୍ୟ ହୋଇଥାନ୍ତି ।
ବୃଷ- ରାଶି ରାଶିର ଲୋକମାନେ ବିନମ୍ର ସ୍ୱଭାବର ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ବ୍ୟକ୍ତିମାନଙ୍କର କଥାବାର୍ତ୍ତା ଶୈଳୀ ଅତ୍ୟନ୍ତ ଭଦ୍ର ହୋଇଥାଏ । ଏହି ରାଶିର ବ୍ୟକ୍ତମାନେ ଗର୍ବ କରିନଥାନ୍ତି । ଏପରିକି ସର୍ବୋଚ୍ଚ ପଦବୀରେ ରହିବା ପରେ ମଧ୍ୟ ଏହି ଲୋକମାନେ ଭଦ୍ର ଅଟନ୍ତି । ସେମାନେ ସମସ୍ତଙ୍କ ପ୍ରତି ଭଲ ଆଚରଣ କରନ୍ତି । ଏହି ରାଶିର ଅଧିପତି ହେଉଛନ୍ତି ଶୁକ୍ର ।
କର୍କଟ- ଏହି ରାଶିର ଲୋକମାନେ ସମସ୍ତଙ୍କ ସହ ମିଶିବାକୁ ପସନ୍ଦ କରନ୍ତି । କୁହାଯାଏ ଯେ ଏହି ରାଶିର ଲୋକ ମାନେ ଭଲ ଭାବରେ କଥାବାର୍ତ୍ତା କରନ୍ତି । ଏହି ରାଶିର ଲୋକମାନେ ବନ୍ଧୁତା ବଜାୟ ରଖିବାରେ ପାରଙ୍ଗମ । କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର। ଚନ୍ଦ୍ରଦେବଙ୍କ ପ୍ରଭାବ ହେତୁ ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ ଶାନ୍ତ ହୋଇଥାଏ ।
କନ୍ୟା- କନ୍ୟା ରାଶିର ଅଧିପତି ହେଉଛନ୍ତି ବୁଧ । ବୁଧ ସେମାନଙ୍କୁ ନମ୍ରତାର ପ୍ରକୃତି ଦେଇଥାଏ । ଏହି ରାଶିର ଲୋକମାନେ ବୁଦ୍ଧିମାନ ବୋଲି ବିବେଚନା କରାଯାଏ । ସେମାନଙ୍କର କଥାବାର୍ତ୍ତା ଶୈଳୀ ଅତ୍ୟନ୍ତ ପ୍ରଭାବଶାଳୀ । କନ୍ୟା ରାଶିର ଲୋକମାନେ ଖୋଲା ହୃଦୟର ହୋଇଥାନ୍ତି । ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ।
