ଶୀତ ଦିନେ କିପରି ନେବେ ତ୍ୱଚାର ଯତ୍ନ ? ଜାଣନ୍ତୁ

ଶୀତ ଋତୁରେ ଆମ ଚର୍ମ ଶୁଷ୍କ ହୋଇଯାଏ । ସେଥିପାଇଁ ଶୀ ଋତୁରେ ଚର୍ମର ଯତ୍ନ ନେବା ସହିତ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ଜିନିଷ ଅଛି ଯାହାକୁ ଶୀତଦିନେ ଚର୍ମର ଯତ୍ନ ପାଇଁ ଆମକୁ ଧ୍ୟାନ ଦେବା ଆବଶ୍ୟକ । ଏହି ଋତୁରେ, ଆମ ଚର୍ମକୁ ସଠିକ୍ ଭାବରେ ଯତ୍ନ କରିବା ପାଇଁ ଆମକୁ କିଛି ସୌନ୍ଦର୍ଯ୍ୟ ଟିପ୍ସ ଅନୁସରଣ କରିବା ଉଚିତ୍ । ଆଗାମୀ ଶୀତରେ ଆମେ ଆପଣଙ୍କୁ କିଛି ସୌନ୍ଦର୍ଯ୍ୟ ଟିପ୍ସ ବିଷୟରେ କହିବୁ, ଯାହା ଶୀତଦିନେ ମଧ୍ୟ ଆପଣଙ୍କ ଚର୍ମକୁ ଚମକାଇବ ।

ଶୀତଦିନେ ଚର୍ମ ଅତ୍ୟଧିକ ଶୁଷ୍କ ହୋଇଯାଏ । ସେଥିପାଇଁ ଆମକୁ ଫର୍ମୂଲା ଦରକାର ଯାହା ଚର୍ମରେ ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରବ । ଯେତେବେଳେ ଶୀତ ଋତୁ ଆସେ, ସେତେବେଳେ ଆମେ ଏପରି ଏକ କ୍ଲିଜର୍ ବାଛିବା ଉଚିତ, ଯାହା ଆମ ଚର୍ମକୁ ସୁଟ କରିବ । ଅଧିକାଂଶ କ୍ଲିଜର୍ କ୍ରିମ୍ ଆଧାରିତ କାରଣ ତାହା ଚର୍ମକୁ ଶୁଷ୍କ କରିବାକୁ ଦିଏ ନାହିଁ ଏବଂ ଚର୍ମକୁ ପୋଷଣ କରେ । ଚର୍ମର ଯତ୍ନ କରିବାରେ ନିୟମିତ ପରିବର୍ତ୍ତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଶୀତଦିନିଆ ସ୍କିନ କେୟାର ରୁଟିନ ଗ୍ରୀଷ୍ମ ପରି ହୋଇନପାରେ । ସେଥିପାଇଁ ଋତୁ ବଦଳିବା ସହିତ ଆପଣଙ୍କ ରୁଟିନ୍ ବଦଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ତାପମାତ୍ରା ହ୍ରାସ ହେବା ସହିତ ଆପଣଙ୍କ ତ୍ୱଚା ପ୍ରକାର ଅନୁଯାୟୀ ଋତୁ ପାଇଁ ଅଧିକ ଉପଯୁକ୍ତ ଦ୍ରବ୍ୟ ସହିତ ନିୟମିତ ସୌନ୍ଦର୍ଯ୍ୟ ଉତ୍ପାଦକୁ ବଦଳାନ୍ତୁ । ଏସପିଏଫର ଅର୍ଥ ହେଉଛି ସୂର୍ଯ୍ୟ ସୁରକ୍ଷା କାରକ । ପ୍ରତ୍ୟେକ ରୁଟିନର ଏକ ଅଂଶ ହେବା ଉଚିତ୍ । ଶୀତ ଦିନେ କମ୍ ଖରା ହୋଇଥାଏ କିନ୍ତୁ ଟଠ ରଶ୍ମି ଏହି ଋତୁରେ ଚର୍ମକୁ ନଷ୍ଟ କରିପାରେ । ଏଥିପାଇଁ ଆପଣ ଶୀତଦିନେ ସନସ୍କ୍ରିନ୍ ବ୍ୟବହାର କରିପାରିବେ । ଚର୍ମ ଶୁଷ୍କ ନହେବା ପାଇଁ ଆପଣ ଚର୍ମକୁ ହାଇଡ୍ରେଟ୍ ରଖିବା ଜରୁରୀ । ମଶ୍ଚରାଇଜର ସୌନ୍ଦର୍ଯ୍ୟ ରୁଟିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେଣୁ ଏହା ଚର୍ମରେ ଆର୍ଦ୍ରତା ବଜାୟ ରଖିବା ପାଇଁ ବ୍ୟବହୃତ ହୋଇପାରେ ।

SBI_Festive_Digital Billboard