(Video) ଅଫତାବକୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ: କହିଲେ- ‘ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରିଥିବା ଦୋଷୀକୁ ୭୦ ଖଣ୍ଡ କରିବୁ’
ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ଉପରେ ଦିଲ୍ଲୀରେ ହିନ୍ଦୁ ସେନାର ଲୋକମାନେ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ତେବେ ଅଫତାବଙ୍କୁ ଦିଲ୍ଲୀ ପୋଲିସ ଭ୍ୟାନରେ ରୋହିଣୀର ଏଫଏସଏଲ ଅଫିସକୁ ଅଣାଯାଇଥିଲା । କିନ୍ତୁ ଭ୍ୟାନ୍ ଏଠାରେ ପହଞ୍ଚିବା ମାତ୍ରେ କିଛି ଲୋକ ଭ୍ୟାନ୍ ଏବଂ ପୋଲିସ୍ ଟିମ୍ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ହିନ୍ଦୁ ସେନାର ଜଣେ କର୍ମୀ କୁହାଯାଉଛି ।
ଏହି ଲୋକମାନେ ପ୍ରଥମେ ଖଣ୍ଡା ଧରି ପୋଲିସ ସାମ୍ନାକୁ ଆସିଥିଲେ । ଯେତେବେଳେ ପୋଲିସ ସେହିି ଲୋକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା, ସେମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ପରେ ପୋଲିସ ଟିକିଏ ପଛକୁ ହଟିବା ମାତ୍ରେ ସେମାନେ ଅଫତାବ ଥିବା ଭ୍ୟାନର ଡୋର୍ ଖୋଲିଥିଲେ ।
ସୂଚନା ମୁତାବକ, ଏହି ଆକ୍ରମଣ ସନ୍ଧ୍ୟା ପ୍ରାୟ ୬.୪୫ରେ ହୋଇଥିଲା । ଆକ୍ରମଣକାରୀମାନେ କହିଥଇଲେ ଯେ, ‘ଆଜିର ସମୟରେ ଆମ ଭଉଣୀ ଏବଂ ଝିଅ ସୁରକ୍ଷିତ ନୁହଁନ୍ତି । ଏପରି ପରିସ୍ଥିତିରେ ଆମ ଭଉଣୀକୁ ୩୫ ଖଣ୍ଡ କରିଥିବା ଦୋଷୀକୁ ଆମେ ୭୦ ଖଣ୍ଡ କରିଦେବୁ ।
#WATCH | Police van carrying Shradhha murder accused Aftab Poonawalla attacked by at least 2 men carrying swords who claim to be from Hindu Sena, outside FSL office in Delhi pic.twitter.com/Bpx4WCvqXs
— ANI (@ANI) November 28, 2022
ପୋଲିସ ଦୁଇ ଆକ୍ରମଣକାରୀଙ୍କୁ ଅଟକ ରଖିଛି । ପୋଲିସ୍ ଭ୍ୟାନ୍ ସେଠାରେ ପହଞ୍ଚିବା ମାତ୍ରେ ଆକ୍ରମଣକାରୀମାନେ ସେମାନଙ୍କ କାରକୁ ପୋଲିସ୍ ଭ୍ୟାନ୍ ଆଗରେ ରଖି ଘେରି ଯାଇଥିଲେ । କିନ୍ତୁ ଡ୍ରାଇଭର ସେମାନଙ୍କଠାରୁ ଭ୍ୟାନ୍ ଦୂୋରଇ ନେବା ପୂର୍ବରୁ ଟ୍ରାଫିକରେଫସି ଯାଇଥିଲେ । ସେତିକିବେଳେ ଆକ୍ରମଣକାରୀମାନେ ଖଣ୍ଡା ଧରି ଆକ୍ରମଣ କରିବାକୁ ମାଡ଼ିଆସିଥିଲେ ।