ଚମକିଲା ଫାର୍ମା ସେକ୍ଟର: ରପ୍ତାନୀ ୪.୨୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଚମକିଲା ଫାର୍ମା ସେକ୍ଟର । ଦେଶର ଫାର୍ମା ସେକ୍ଟରରୁ ଭଲ ଖବର ଆସିଛି । ଚଳିତ ଆର୍ôଥକ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଫାର୍ମା କ୍ଷେତ୍ରରୁ ରପ୍ତାନି ୪.୨୨ ପ୍ରତିଶତ ବୃଦ୍ଧି ହୋଇ ୧୪.୫୭ ବିଲିୟନ ଡ଼ଲାରରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ, ୨୦୨୨ ବର୍ଷର ପ୍ରଥମ ୭ ମାସରେ ରପ୍ତାନିରେ ଏହି ବୃଦ୍ଧି ପୂର୍ବ ମାସରେ ହ୍ରାସ ସତ୍ତେ୍ୱ ହାସଲ କରାଯାଇଛି । ଫାର୍ମାସ୍ୟୁଟିକାଲ୍ ରପ୍ତାନି ପ୍ରୋତ୍ସାହନ ପରିଷଦ ଅଫ୍ ଇଣ୍ଡିଆ ଏହି ସୂଚନା ଦେଇଛି ।

ଏହି ସଂସ୍ଥା ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଏକ ସଂସ୍ଥା । ଗତ ଆର୍ଥିକ ବର୍ଷରେ ଏହା ୨୪.୬୨ ବିଲିୟନ ଡ଼ଲାର ଥିଲା । ଗତ ଆର୍ଥିକ ସମାନ ଅବଧିରେ ଫାର୍ମା ରପ୍ତାନି ୧୩.୯୮ ବିଲିୟନ ଡ଼ଲାରରେ ପହଞ୍ଚିଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ ଟିକା ବର୍ଗରେ ଆମର ରପ୍ତାନୀର ଅବସ୍ଥା ଅତ୍ୟନ୍ତ ଖରାପ ଅଟେ । ଋଷ-ୟୁକ୍ରେନ ଯୁଦ୍ଧ ହେତୁ ରପ୍ତାନି ମଧ୍ୟ ପ୍ରଭାବିତ ହୋଇଛି । ଏହା ସତ୍ତେ୍ୱ ଦେଶର ମୋଟ ଫାର୍ମା ରପ୍ତାନିରେ ବୃଦ୍ଧି ଘଟିଛି । ଦେଶର ମୋଟ ଫାର୍ମା ରପ୍ତାନିରେ ଆମେରିକା, କାନାଡା ଏବଂ ମେକ୍ସିକୋ (ନାଫଟା ଦେଶ), ୟୁରୋପ ଏବଂ ଆଫ୍ରିକା ୬୭.୫ ପ୍ରତିଶତ କିମ୍ବା ପ୍ରାୟ ୫ ବିଲିୟନ ଡ଼ଲାରରେ ପହଞ୍ଚିଛି ।

ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଅକ୍ଟୋବରରେ ଫାର୍ମା ରପ୍ତାନି ୫.୪୫ ପ୍ରତିଶତ ହ୍ରାସ ହୋଇ ୧.୯୫ ବିଲିୟନ ଡ଼ଲାରରେ ପହଞ୍ଚିଛି । ଅକ୍ଟୋବର ୨୦୨୨ରେ ଭାରତର ମୋଟ ରପ୍ତାନି ଗତ ବର୍ଷ ସମାନ ମାସ ତୁଳନାରେ ୧୬.୬୫ ପ୍ରତିଶତ ହ୍ରାସ ହୋଇ ୨୯.୭୮ ବିଲିୟନ ଡ଼ଲାରରେ ପହଞ୍ଚିଛି । ଏପ୍ରିଲ୍-ଅକ୍ଟୋବର ୨୦୨୨ ମଧ୍ୟରେ ରପ୍ତାନିରେ ୧୨.୫୫ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ ହୋଇ ୨୬୩.୩୫ ବିଲିୟନ ଡ଼ଲାରରେ ପହଞ୍ଚିଛି ।