ମାର୍ଶାଘାଇ : କରିଲୋପାଟନା ମହାବିଦ୍ୟାଳୟରେ ବରିଷ୍ଟ ଅଧ୍ୟାପକମାନଙ୍କୁ ଅପମାନ ଉପରେ ଅପମାନ ଦିଆ ଯାଉଛି ଖୋଲା ଖୋଲି ଭାବରେ । ସରକାରଙ୍କ ନିୟମ ଅନୁସାରେ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ନିଯୁକ୍ତିର ସମୟ ଆଉ ବୟସକୁ ପ୍ରାଧାନ୍ୟ ଦିଆ ଯାଇଥିଲା ବେଳେ କରିଲୋପାଟନା କଲେଜରେ ଘଟୁଛି ତାର ବ୍ୟତିକ୍ରମ । ବର୍ତ୍ତମାନର ଅଧକ୍ଷ ଦତ୍ତ କୃଷ୍ଣ ଜେନା ଆସନ୍ତା ନଭେମ୍ବର ୩୦ ତାରିଖରେ ଅବସର ନେବେ। ତାଙ୍କର କଳା କାରନାମାକୁ ଲୁଚାଇବାକୁ ଯାଇ କଲେଜର ସର୍ବନାଶ କରି ଆଜୀବନ ଅର୍ଥ ହଡ଼ପ କରିବା ପାଇଁ ଆଉ ନିଜର ଦବ ବବା ବଜାୟ ରଖିବା ପାଇଁ କଳଙ୍କିତ ଅଧକ୍ଷ ଦତ୍ତ କୃଷ୍ଣ ଜେନା ଓ ପରିଚାଳନା କମିଟିର ସଭାପତି ପ୍ରମୋଦ ରଥ ଆଉ କିଛି ଅଶାଳୀନ ଲୋକାଲ ସଦସ୍ୟ ମିଶି ସରକାରଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ।
ବର୍ତମାନ ବରିଷ୍ଟତା ଦୃଷ୍ଟିରୁ ଶିକ୍ଷା ବିଭାଗର ଅଧ୍ୟାପକ ଅଜୟ କୁମାର ରାଉତ ଅଛନ୍ତି ଦ୍ୱିତୀୟ ବରିଷ୍ଟ ଭାବରେ ଇଂରାଜୀ ଅଧ୍ୟାପକ ହିମାଂଶୁ କୁମାର ମହାନ୍ତି ଅଛନ୍ତି । ତୃତୀୟରେ ଶିକ୍ଷା ବିଭାଗର ଅଧ୍ୟାପକ ନରତମ ବିଶ୍ଵାଳ ସାର ଅଛନ୍ତି। ହେଲେ ସେ ସବୁ କୁ ଖାତିର ନକରି ପରିଚାଳନା କମିଟି ସଭାପତି ପ୍ରମୋଦ ରଥ କିପରି ତୃତୀୟରେ ଥିବା ସବୁ ଠୁ ସାନ ନରତମ ବିଶ୍ଵାଳଙ୍କୁ ଅଧକ୍ଷ ପଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି, ଆଉ କାହିଁକି କେଉଁ ସ୍ବାର୍ଥ ପାଇଁ ବରିଷ୍ଠ ଅଧ୍ୟାପକ ମାନଙ୍କୁ ଅପମାନ ଦିଆଯାଉଛି ? ସରକାରଙ୍କ ଅଧୀନରେ ରହି ସରକାର ଆଉ ନ୍ୟାୟ ବ୍ୟବସ୍ତା ଉପରେ ପ୍ରଶ୍ନଚିହ୍ନ ଉଠାଇ ଥିବା କରିଲୋପାଟନା କଲେଜର ପରିଚାଳନା କମିଟି ସଭାପତି ପ୍ରମୋଦ ରଥ କାହା ଇଙ୍ଗିତରେ ଏପରି କରୁଛନ୍ତି । କରିଲୋପାଟନା କଲେଜ ସବୁ ଅନ୍ୟାୟର ଚରମ ସୀମା ଡେଇଁ ସାରିଛି । ସବୁ ଜାଣି ସମସ୍ତେ କାହିଁକି ନୀରବ କିଛି ବୁଝା ପଡୁନି ଶିକ୍ଷା ବ୍ୟବସ୍ତା ଯୋଉଠି ମଣିଷ ତିଆରି କରାଯାଏ ସେଇ ଜାଗା ଭିତରେ ଯେ ଏମିତି ଅବବ୍ୟବସ୍ଥା ତାହା ଫୁଟି ବାହାରୁଛି । ଯଦି ଏମିତି ଗୁଣ୍ଡା ରାଜ ଚାଲିବ ତେବେ କରିଲୋପାଟନା କଲେଜ ଓଡ଼ିଶା ଇତିହାସରେ କେବଳ ଗୋଟିଏ ଭୁଲ୍ ହୋଇ ରହିଯିବ । ସରକାର ଦୃଷ୍ଟି ଦେଲେ ବରିଷ୍ଟ ଭିତ୍ତିରେ କଲେଜକୁ ଅଧ୍ୟକ୍ଷ ପଦ ମିଳିପାରିବ ।