ବିଶ୍ୱ ଭ୍ରମଣର ସ୍ୱପ୍ନ କିଏ ଅବା ନଦେଖେ । କି;ୁ କେତେ ଜଣ ନିଜର ଏହି ସ୍ୱପ୍ନକୁ ସାକାର କରୁଥିବାବେଳେ ଆଉ କେତେକଙ୍କ ପାଇଁ ଅର୍ଥ ସାଜେ ବାଧକ । କି;ୁ ଆମେ ଆପଣଙ୍କୁ ଏମିତି ଜଣେ ଚା’ବାଲାଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏକି ପତ୍ନୀଙ୍କ ସହ ଏବେ ପର୍ଯ୍ୟନ୍ତ ୧୭ଟି ଦେଶ ଭ୍ରମଣ କରି ସାରିଲେଣି । କେରଳର ଏର୍ଣ୍ଣାକୁଲମ୍ର ୬୫ ବର୍ଷୀୟ ଅଧିବାସୀ ବିଜୟନ ଗତ ୪୦ ବର୍ଷ ହେବ ଚା’ ବିକ୍ରି କରୁଛନ୍ତି । ବିଜୟନ ବ୍ୟାଙ୍କରୁ କରଜ ନେଇ ଭ୍ରମଣ କରିଥାନ୍ତି । ଭ୍ରମଣରୁ ଫେରି ୨ରୁ ୩ବର୍ଷ ମଧ୍ୟରେ ବ୍ୟାଙ୍କର ସମସ୍ତ ଟଙ୍କା ସୁଝିଦିଅନ୍ତି । ବିଜୟନ ବିମାନ ଟିକେଟ ନିମନ୍ତେ ପ୍ରତିଦିନ ୩୦୦ ଟଙ୍କା ବଞ୍ଚାନ୍ତି । ବିଜୟନ୍ଙ୍କ ଏହି ଭ୍ରମଣ କାହାଣୀକୁ ଏମ୍ ମୋହନ ‘ଇନ୍ଭିସିବଲ୍ ୱିଙ୍ଗ୍ସ’ ନାମକ ଏକ ଡକୁ୍ୟମେଣ୍ଟାରିରେ ବର୍ଣ୍ଣନା କରିଛନ୍ତି ।