ସୁରଟ ,୧୭/୧୨ : ସୁରଟରେ ଓଡିଶା ମହୋତ୍ସବକୁ ଉଦଘାଟନ କରିବା ପରେ ସୁରଟରେ ଥିବା ଓଡିଆଙ୍କୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାପୁଙ୍କ ଜନ୍ମ ସ୍ଥାନରେ ଆସି ମୁଁ ଗର୍ବିତ ବୋଲି ନବୀନ କହିଛନ୍ତି । ଓଡ଼ିଆ ଜାତି ଆଜି ଆତ୍ମ ବିଶ୍ବାସ ଆଗକୁ ବଢୁଛି । ବର୍ତ୍ତମାନ ସାରା ବିଶ୍ବରେ ବିକାଶ ଓଡ଼ିଶାର ପରିଚୟ ହୋଇଛି ବୋଲି ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବା ସମୟରେ ନବୀନ କହିଛନ୍ତି ।
ସୁରଟରେ ବସବାସ କରୁଥିବା ଓଡିଆଙ୍କ ପିଲାଙ୍କ ପାଇଁ ଯୁକ୍ତ୨ କଲେଜ ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଓଡିଆ ପିଲାଙ୍କ ପାଇଁ ଓଡ଼ିଆ ବହି ଯୋଗାଇବେ ରାଜ୍ୟ ସରକାର । ସୁରଟରେ ୧୦ କୋଟି ବ୍ୟୟରେ ଓଡିଆ ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା ହେବା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସୁରଟରୁ ଓଡିଶାକୁ ବିମାନ ଓ ଟ୍ରେନ ଚଳାଚଳ କରିବା ପାଇଁ ମୁଁ ପ୍ରୟାସ କରୁଛି ବୋଲି ନବୀନ ନିଜ ଉଦବୋଧନରେ କହିଛନ୍ତି । ସେପଟେ ସୁରଟର ପ୍ରବାସୀ ଓଡିଆମାନେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାର ଲାଭା ପାଇ ପାରିବେ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି
Prev Post