ଦେଶରେ ୯ ହଜାରରୁ ଅଧିକ ପ୍ରଧାନମନ୍ତ୍ରୀ ରହିଛି ଜନଔଷଧୀ କେନ୍ଦ୍ର : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ରହିଥାନ୍ତି ସରକାର । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍ତି, ଦେଶରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରର ସଂଖ୍ୟା ୯ ହଜାରକୁ ଅତିକ୍ରମ କରିଛି । ଏକ ଟୁଇଟ୍‍ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଲୋକମାନଙ୍କୁ ଶସ୍ତାରେ ଏବଂ ଉତ୍ତମ ମାନର ଔଷଧ ପ୍ରଦାନ କରିବା ପାଇଁ ଏହି ଜନଔଷଧୀ କେନ୍ଦ୍ରଗୁଡ଼ିକ ଖୋଲାଯାଇଛି ।

ସେ କହିଛନ୍ତି, ଦେଶର ପ୍ରତ୍ୟେକ ଜିଲ୍ଲାରେ ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଲକ୍ଷଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ଗତ ୨୦୦୮ ନଭେମ୍ବରରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟର ଫାର୍ମାସ୍ୟୁଟିକାଲ୍‍ ବିଭାଗ ଦ୍ୱାରା ଏହି ଜନଔଷଧୀ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ୨୦୧୬ରେ ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନା ରଖାଯାଇଥିଲା । ଆସନ୍ତା ୨୦୨୫ ମାର୍ଚ୍ଚ ସୁଦ୍ଧା କେନ୍ଦ୍ର ସରକାର ଦେଶରେ ୧୦ ହଜାର ୫୦୦ ଜନଔଷଧୀ କେନ୍ଦ୍ର ଖୋଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।

SBI_Festive_Digital Billboard