ଆଜିଠାରୁ ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ

ଭୁବନେଶ୍ୱର, ୧୧ /୧ : ଆଜିଠାରୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଅସ୍ଥାୟୀ ରାସ୍ତାରେ ଧବଳେଶ୍ଵର ପୀଠକୁ ଯାଇ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ଜଣାପଡ଼ିଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ ସ୍ଵାଇଁଙ୍କ ଜଣାଇଛନ୍ତି।

ଖବର ଅନୁଯାୟୀ, ନଭେମ୍ବର ୧ରୁ ଶ୍ରଦ୍ଧାଳୁଙ୍କୁ ପୀଠ ମଧ୍ୟକୁ ବାରଣ କରାଯାଇଥିଲା। ଗୁଜରାଟର ମୋର୍ବି ଝୁଲା ପୋଲ ଦୃର୍ଘଟଣା ପରେ ଧବଳେଶ୍ୱରରେ ଝୁଲାପୋଲ ଅସୁରକ୍ଷିତ ଦର୍ଶାଇ ୧୪୪ ଧାରା ଲାଗିଥିଲା।