ନୂଆଦିଲ୍ଳୀ,୧୬/୦୧: ଗତକାଲି ନେପାଳରେ ଘଟିଥିଲା ଏହି ଭୟଙ୍କର ବିମାନ ଦୁର୍ଘଟଣା। ଯେଉଁଥିରେ ଚାଲିଯାଇଛି ୭୨ ଜଣକ ଜୀବନ। ଯେଉଁଥରେ ନେପାଳ ସହ କିଛି ବିଦେଶୀ ଯାତ୍ରୀ ମଧ୍ୟ ରହିଥିଲେ। ତେବେ ଏହି ବିମାନ ଦୁର୍ଘଟଣାର କିଛି ଭିଡିଓ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଯେଉଁଥିରେ ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଅନୁମେୟ। ଏହାରି ମଧ୍ୟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବାର ମଧ୍ୟ ଦେଖାଯାଉଛି। ଆଉ ବିମାନଟି କେମିତି କ୍ଷତିଗ୍ରସ୍ତ ହେଉଛି ତାହା ଦେଖାଯାଉଛି।
Nepal plane crash near #PokharaAirport caught on camera from ground, these visuals show the plane engine caught fire 🔥, which may have been a bird hit after which it just went down tilted. #NepalPlaneCrash #Yeti pic.twitter.com/9ZTwZDE5At
— The Voice Of Citizens®️ (@tVoiceOfCitizen) January 16, 2023
ସେପଟେ ଦୁର୍ଘଟଣାରେ ନିଖୋଜ୍ ଥିବା ଲୋକଙ୍କ ଖୋଜ୍ ଜାରି ରହିଥିବାବେଳେ ଆଜି ପ୍ଲେନ୍ର ବ୍ଲାକ୍ ବକ୍ସ୍ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ। ଏହି ବ୍ଲାକ୍ ବକ୍ସକୁ ବିମାନ ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣକୁ ହସ୍ତାନ୍ତର କରାଯାଇଥିବା ନେଇ ୟେତି ଏୟାରଲାଇନ୍ ତରଫରୁ କୁହାଯାଇଛି। ତେବେ ବ୍ଲାକ୍ ବକ୍ସ ଯାଞ୍ଚ କରିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।
