ଏହି ୩ଟି ସରଳ ଉପାୟରେ ମିଳିବ ଶନିଙ୍କ କୃପା : ଦୂର ହେବ ସମସ୍ୟା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ଆରମ୍ଭ ପରେ ଶନିଦେବ କୁମ୍ଭ ରାଶିକୁ ପ୍ରବେଶ କରିଛନ୍ତି । ଏହାଦ୍ୱାରା ସମସ୍ତ ରାଶିରେ ଏହାର ପ୍ରଭାବ ପଡିବ। ତେଣୁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ,ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାର ପାଳନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି। ଜାଣନ୍ତୁ..

ଶାସ୍ତ୍ର ଅନୁଯାୟୀ, ୧୭ ଜାନୁଆରୀ ୨୦୨୩ରେ ଶନିଦେବ ରାଶି ପରିବର୍ତ୍ତନ କରିଛନ୍ତି । ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି ଶନିଦେବ। ଜାଣନ୍ତୁ କିଛି ସରଳ ଉପାୟ ବିଷୟରେ ଯାହା ଫଳରେ ଶନିଙ୍କ ବିଶେଷ କୃପା ମିଳିବ..

ଶାସ୍ତ୍ର ଅନୁଯାୟୀ, ଶନି ଦେବଙ୍କ କୃପା ପାଇଁ ପ୍ରତିଦିନ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। କାର୍ଯ୍ୟରେ ସଫଳତା ମିଳିଥାଏ।

ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ସୋରିଷ ତେଲର ଦୀପ ଲଗାନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଜାତକରେ ଶନିଦେବଙ୍କ ସ୍ଥିତି ଦୁର୍ବଳ ରହିନଥାଏ। ଶନିଦେବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ।

ନିୟମିତ ଶନିଦେବଙ୍କ ମନ୍ତ୍ର ‘ଓଁ ଶନିଶ୍ଚରାୟ ନମଃ’ ଜପ କରନ୍ତୁ। ଶନିଦେବଙ୍କ ପୂଜାର୍ଚ୍ଚନା ସହ ଶନିଙ୍କ ଚାଳିଶା ଶୁଣନ୍ତୁ କିମ୍ବା ପାଠ କରନ୍ତୁ।

SBI AD