ଭୋପାଳ, ୧୯/୧୨: ମଧ୍ୟପ୍ରଦେଶରେ ସରକାର ପରିବର୍ତନ ହେବା ପରେ ଏବେ ଏହି ବିଧାନସଭା କ୍ଷେତ୍ରରୁ ନିଯୁକ୍ତ ବିଧାୟକମାନଙ୍କ ମଧ୍ୟରେ ବଙ୍ଗଳା ଆବଂଟନ ଆରମ୍ଭ ହୋଇ ଗଲାଣି । ଏଠାରେ ହାରି ଯାଇଥିବା ବିଧାୟକମାନଙ୍କୁ ବଙ୍ଗଳା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଉଛି । ଏହି ମଧ୍ୟରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ଭିଦିଶାରୁ ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସରକାରୀ ବଙ୍ଗଳା ଆବଂଟନ କରା ଯାଇଛି । ଶିବରାଜ ସିଂହ ଚୌହ୍ୱାନଙ୍କୁ ସରକାରୀ ବଙ୍ଗଳା ଦିଆ ଯାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଠାରୁ ସିଭିଲ ଲାଇନ ସ୍ଥିତ ଏହି ବଙ୍ଗଳା ଆବଂଟନ କରିବାକୁ କହିଥିଲେ । ଯାହାକୁ ସ୍ୱୀକାର କରି ଏବେ ଏହି ବଙ୍ଗଳାର ଆବଂଟନ କରା ଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଶ୍ୟମଳା ହିଲ୍ସ ସ୍ଥିତ ବଙ୍ଗଳା ଖାଲି କରି ଦେଇଥିଲେ । କିନ୍ତୁ କମଲନାଥ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ପୁଣି ଥରେ ସେହି ବଙ୍ଗଳା ଦିଆ ଯାଇଛି ।
ହାଇକୋର୍ଟଙ୍କ ଆଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ସୁବିଧା ଗୁଡିକୁ ଶେଷ କରିବା ପାଇଁ ଆଦେଶ ଦେବା ପରେ ଦିଗବିଜୟ ସିଂହ ନିଜ ବଙ୍ଗଳା ଖାଲି କରି ଦେଇଥିଲେ । ତେବେ ପ୍ରଶାସନ ଏପର୍ଯ୍ୟନ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧ୍ୟା ତଥା ସାଂସଦ ବିବେକ ତନଖାଙ୍କୁ ବଙ୍ଗଳା ଦେଇ ନାହାଁନ୍ତି ।