ଆଇନା ଦୂରକରେ ଆର୍ଥିକ ସମସ୍ୟା

ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ ଆପଣାନ୍ତି । ଏହି ଉପାୟ ଦ୍ୱାରା ଘରେ ଉପୁଜୁଥିବା ସମସ୍ୟାକୁ ଦୂର ମଧ୍ୟ କରିଥାନ୍ତି । ତେବେ ବାସ୍ତୁ ଶାସ୍ତ୍ରରେ ଆଇନାର ଏକ ଭିନ୍ନ ମହତ୍ୱ ରହିଛି । ଆଇନାକୁ ନେଇ ବାସ୍ତୁ ଶାସ୍ତ୍ରରେ ଏପରି କିଛି ଉପାୟ ଦିଆଯାଇଛି ଯାହାକୁ ଆପଣାଇବା ଦ୍ୱାରା ବାସ୍ତୁ ଦୋଷକୁ ଦୂର କରାଯାଇ ପାରିବ ଛ ଆସ;ୁ ଜାଣିବା ଏହି ଉପାୟ ବିଷୟରେ ।
– ବାସ୍ତୁ ଶାସ୍ତ୍ର ହିସାବରେ ଆଇନାକୁ ଉନ୍ନତି ଏବଂ ଲାଭ ପାଇଁ ଘରର ଉତ୍ତର-ପୁର୍ବ ଦିଗର କାନ୍ଥରେ ଲଗାଇବା ଉଚିତ । ଏହା ଦ୍ୱାରା ଆ ର୍ଥିକ ସମସ୍ୟା ଦେଖା ନଦେବା ସହ ଧନ ବୃଦ୍ଧି ହୋଇଥାଏ ।
– ବାସ୍ତୁ ଶାସ୍ତ୍ର ହିସାବରେ ଆଇନା ଓଜନରେ କମ ଏବଂ ବଡ ଆକାରର ହେବା ଉଚିତ ।
– ବେଡରୁମର ଦ୍ୱାର ସାମ୍ନାରେ ଆଇନା ଲଗାଇବା ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଘରର ସୁଖ ସମୃଦ୍ଧି ବଢିଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
– ସେହିପରି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଆଇନା ଲଗାଇବା ଉଚିତ ନୁହେଁ ।