ଆଜିର ରାଶିଫଳ (ବୁଧବାର)

ତା : ୧ / ୩ / ୨୦୨୩

0

ମେଷ : ବିଶେଷ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ। ଜମି କିଣିବା ଲାଗି ଆପଣଙ୍କୁ ଭଲ ପ୍ରସ୍ତାବ ମିଳିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

ବୃଷ : ଜୀବନକୁ ସୁନ୍ଦର କରିବା ଲାଗି ସୁଯୋଗ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟ ସମ୍ବନ୍ଧୀୟ ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କ ସ୍ଥାପନ ହେବ।

ମିଥୁନ : ଚାକିରି ବୃତ୍ତି ମାମଲାରେ ପରିସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

କର୍କଟ : ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ। ବ୍ୟବସାୟର ନୂଆ ଦିଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ : ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।

କନ୍ୟା : ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ଲେଖାଲେଖି କରୁଥିବା ଲୋକମାନେ ପ୍ରଶଂସିତ ହେବେ।

ତୁଳା : ପରିବାର ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଲାଗି ଦିନଟି ଭଲ। ଯାତାୟାତ ବେଳେ ସାବଧାନ ରହନ୍ତୁ।

ବିଛା : ଜୀବନଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ବିଲ୍‌ଡର୍‌ମାନେ ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।

ଧନୁ : ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ। ଭାଗ୍ୟର ସହଯୋଗ ମିଳିବା ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

ମକର : ଆପଣଙ୍କର ମନୋଭାବ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଅଫିସରେ ସହକର୍ମୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

କୁମ୍ଭ : ଆପଣ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ। ପରିବାର ଲୋକଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ମୀନ : ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ। ନିଜର ଧ୍ୟାନ ଲକ୍ଷ୍ୟ ଆଡ଼କୁ ସ୍ଥିର ରଖିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

Leave A Reply

Your email address will not be published.