ଆଜି ଯୁକ୍ତ ଦୁଇ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ

0

ଭୁବନେଶ୍ୱର,୧/୩ : ଆଜି ଯୁକ୍ତ ଦୁଇ ପରୀକ୍ଷା। ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ। ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା। ସେପଟେ ଆନ୍ଦୋଳନ ଛାଡି ପରୀକ୍ଷା ପରିଚାଳନା କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି ୬୬୨ ବର୍ଗ ଅଧ୍ୟାପକ। ତେଣୁ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ହେବ ବୋଲି ଆଶା କରାଯାଉଛି।

ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ। ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧୪୫ କେନ୍ଦ୍ର କରାଯାଇ ଥିବା ବେଳେ ୨୦୨ ଟି ହବ କରାଯାଇଛି। ଫେବୃଆରୀ ୨୫ତାରିଖରୁ ସମସ୍ତ ହବକୁ ପ୍ରଶ୍ନପତ୍ର ପଠାଯାଇଛି। ଆସନ୍ତାକାଲି ସକାଳ ୭ଟା ରେ ହବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର।

ଦିନ ୧୦ଟା ରେ ଆରମ୍ଭ ହେବ ପରୀକ୍ଷା। ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ସେମାନେ ଆଡମିଟ କାର୍ଡ, ବ୍ଲାକ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କିଛି ବି ପରୀକ୍ଷା ହଲକୁ ନେଇପାରିବେ ନାହିଁ। ଏନେଇ ସିଏଚ୍‌ସିଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.