ବିଜୁ ଜୟନ୍ତୀ ଅବସରରେ ‘ଡାକୋଟା’ ବିମାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୫/୩ : ଆଜି ବିଜୁ ଜୟନ୍ତୀ ଅବସରରେ ଭୁବନେଶ୍ବର ବିମାନବନ୍ଦରରେ ‘ଡାକୋଟା’ ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ, ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମେୟର ସୁଲୋଚନା ଦାସ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସବୁଠାରୁ ପ୍ରିୟ ‘ଡାକୋଟା’ ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରାଯାଇଛି । ଏଥିପାଇଁ ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନର ସ୍ଥାପନ କରାଯାଇଛି । ବୁଧବାର ଦିନ ଡାକୋଟା ବିମାନକୁ ଟ୍ରଲରରେ ଆଣି କ୍ରେନ୍ ସାହାଯ୍ୟରେ ବେସ୍‌ ଉପରେ ରଖାଯାଇଥିଲା।

୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ‘ଡାକୋଟା’। ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ୱାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କେବଳ ପଢ଼ିବାକୁ ବା ଶୁଣିବାକୁ ମିଳୁଥିଲା। ଏଣିକି ବାସ୍ତବରେ ଏହାକୁ ଦେଖିବାର ସୁଯୋଗ ପାଇବେ ଜନସାଧାରଣ। କୋଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା। ଏହାପରେ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ଏହାର ମରାମତି କରାଯାଇଥିଲା।

SBI AD