ବଢ଼ିଲା ମନ୍ତ୍ରୀ-ବିଧାୟକଙ୍କ ଦରମା : ମାସକୁ ପାଇବେ ଏତିକି ଟଙ୍କା…

ନୂଆଦିଲ୍ଳୀ,୧୩/୩ : ଦୀର୍ଘ ୧୨ ବର୍ଷ ପରେ ଦିଲ୍ଲୀରେ ବିଧାୟକଙ୍କ ଦରମାରେ ବୃଦ୍ଧି ହୋଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବିଧାୟକଙ୍କ ଦରମାରେ ୬୭% ବୃଦ୍ଧି ହୋଇଛି। ଏବେ ବିଧାୟକଙ୍କୁ ମାସକୁ ୯୦ ହଜାର ଟଙ୍କା ମିଳିବ। ତେବେ ଏପର୍ଯ୍ୟନ୍ତ ବିଧାୟକଙ୍କୁ ୫୪ ହଜାର ଟଙ୍କା ମିଳୁଥିଲା। ଏହା ବ୍ୟତୀତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ବୃଦ୍ଧି ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦରମା ବୃଦ୍ଧି ହୋଇ ୧.୭୦ ଲକ୍ଷ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି ଏବଂ ବିରୋଧୀ ନେତାଙ୍କୁ ୧.୭୨ ଲକ୍ଷ ମିଳିବ।

ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭାରେ ଜୁଲାଇ ୨୦୨୨ ରେ ବିଧାୟକ-ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ଏବେ ଏହି ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି। ଏନେଇ ଦିଲ୍ଳୀ ସରକାରଙ୍କ ଆଇନ ବିଭାଗ ଦରମା ବୃଦ୍ଧି ବିଜ୍ଞପ୍ତି ଜାରି କରାଯାଇଛି।