ଶୀତଦିନେ ଏପରି ନିଅନ୍ତୁ ଶିଶୁଙ୍କ କେୟାର

ଶୀତଦିନେ ଭିନ୍ନ ଭିନ୍ନ ପ୍ରକାର ମସcରାଇଜର,ତେଲ ବ୍ୟବହାର କରାଯାଏ । କି;ୁ ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । କୀଟାଣୁ ଦ୍ୱାରା ହେଉଥିବା ସଂକ୍ରମଣର କାରଣ ହୋଇଥାଏ ବ୍ୟାକେଫରିଆ । କୀଟାଣୁ ରୋକିଲେ ମଧ୍ୟ ଶିଶୁଙ୍କ ରୋଗକୁ ରୋକିବା କଷ୍ଟସାଧ୍ୟ ହୋଇଥାଏ ।
୧. ନାକ ବନ୍ଦ ହେଉଥିଲେ- ନାକ ବନ୍ଦ ହେଉଥିଲେ ଲୁଣ ପାଣି ଖୁବ୍‌ ଲାଭଦାୟୀ ହୋଇଥାଏ । ନାକକୁ ଲୁଣ-ପାଣି ମିଶ୍ରଣରେ ଧୋଇବା ଦ୍ୱାରା ନାକରେ ବ୍ୟାକେଫରିଆ କ୍ଷୟ ହୋଇଥାଏ । ଗୋଟେ ଗ୍ଲାସ ପାଣିରେ ଚାମଚେ ଲୁଣ ପକାଇ ପାଣିକୁ ଫୁଟାଇବା ପରେ ପାଣିକୁ ଥଣ୍ଡା କରି ଶିଶୁ ନାକରେ ୨-୪ ବୁନ୍ଦା ପକାଇଲେ ନାକ ବନ୍ଦ ହେଉଥିଲେ ବ୍ୟାକେଫରିଆଙ୍କ ପ୍ରଭାବ କମିଯାଏ ଓ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ହୁଏ ନାହିଁ ।
୨. କାଶ ହେଉଥିଲେ- ଥଣ୍ଡାର ପ୍ରଭାବ ହେତୁ କାଶ ହୁଏ । କାଶଜନିତ ସମସ୍ୟାକୁ ଏଡାଇବାକୁ ହେଲେ ମହୁକୁ ବ୍ୟବହାର କରାଯାଇପାରି । ଯଦି ୨ରୁ ୫ବର୍ଷ ବୟସର ଶିଶୁ ହୋଇଥାଏ ତେବେ ଅଧାଚାମଚ ଓ ୬ରୁ ୧୧ ବର୍ଷର ଶିଶୁକୁ ଗୋଟେ ଚାମଚ ମହୁ ଦେବା ଦ୍ୱାରା ଆରାମ ମିଳିଥାଏ ।
୩. ନିଶ୍ୱାସ ନେବାରେ ସମସ୍ୟା- ଭାଇରାଲ୍‌ ଇନେ®କ୍ସନ୍‌ ପାଇଁ ନିଶ୍ୱାସ ବନ୍ଦ ହୋଇଯାଏ । ଏହା ହେବା ଦ୍ୱାରା ପରିସ୍ଥିତି ଜଟିଳ ହୋଇପଡେ । ତେଣୁ ଘରର ଆଦ୍ରତା ଠିକ୍‌ ରୂପେ ନିୟନ୍ତ୍ରଣ କରିବା ଆବଶ୍ୟକ ଛ ଦରକାର ପଡିଲେ ସମୟେ ସମୟେ ଘରେ ଅଳ୍ପ ଅଳ୍ପ ପାଣି ଛିଞ୍ଚି ଆଦ୍ରତା ନିୟନ୍ତ୍ରଣ କରିବାକୁ ପଡିଥାଏ ।
ଆଣ୍ଟିବାୟୋଟିକ୍‌ ଔଷଧ ଦେବା ପୂର୍ବରୁ ଡାକ୍ତରଙ୍କର ପରାମର୍ଶ ନେଇ ଦେବା ଉଚିତ୍‌ ।