ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଭୁବନେଶ୍ଵର,୨୬/୩ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ରାଜ୍ୟ ବିଜେପି ସକ୍ରିୟ ହୋଇ ଉଠିଛି। ମଙ୍ଗୁଆଳରେ ଘଟିଛି ପରିବର୍ତ୍ତନ। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ନୂତନ ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ଵର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ମନମୋହନ ସାମଲଙ୍କୁ ଦଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ବିଜେପି ସଭାପତି ହେବା ପରେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଏମିତି ନେତା ଓ କର୍ମୀଙ୍କୁ ନିର୍ବାଚନମୁଖୀ ହେବା ପାଇଁ ଆହ୍ବାନ ଦେଇଛନ୍ତି ମନମୋହନ ସାମଲ। କଠିନ ପରିଶ୍ରମ କରନ୍ତୁ, ପାରିବାରକୁ ଘର ଦାୟିତ୍ଵ ଦେଇ ନିର୍ବାଚନ ପାଇଁ ଲାଗି ପଡିବାକୁ କହିଛନ୍ତି ବିଜେପି ନୂଆ ରାଜ୍ୟ ସଭାପତି। ନିର୍ବାଚନ ୩ ମାସରେ ହୋଇପାରେ କିମ୍ବା ୯ ମାସରେ ହୋଇପାରେ । କିନ୍ତୁ ସେଥିପାଇଁ ଏବେଠୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଏକାଠି ହୋଇ ଲଢିବାକୁ ପଡିବ ।

୧୯୯୧ ମସିହାରେ ରାଜ୍ୟରେ ବିଜେପିକୁ ମିଳିଥିଲା ୧୦ ପ୍ରତିଶତ ଭୋଟ । ଏବେ ଏହା ବୃଦ୍ଧି ପାଇ ୩୯ରୁ ୪୦ ପ୍ରତିଶତ ହେଲାଣି । ୨୦୨୪ରେ କ୍ଷମତାକୁ ଆସିବା ପାଇଁ ଭୋଟ ପ୍ରତିଶତ ବଢାଇବାକୁ ପରାମର୍ଶ ଦେଇଛନ୍ତି ମନମୋହନ ସାମଲ । ଏଥିପାଇଁ ବୁଥ୍ ସ୍ତରରୁ ହେଉ ଉଦ୍ୟମ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭାକୁ ଉଦବୋଧନ ଦେଇ ଏହା କହିଛନ୍ତି ମନମୋହନ ସାମଲ।

କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ସଭାପତି ସମୀର ମହାନ୍ତି, ଭୁବନେଶ୍ଵର ସାଂସଦ ଅପରାଜିତା ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ସଭାପତି ଅଶୋକ ପଣ୍ଡା ଆଦି ଉପସ୍ଥିତ ଥିଲେ। ନବ ନିଯୁକ୍ତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପାର୍ଟି ଅଫିସରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଜେପି କର୍ମକର୍ତ୍ତା ଓ ନେତୃବୃନ୍ଦ ତାଙ୍କୁ ସ୍ବାଗତ କରିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ମନମୋହଲ ସାମଲଙ୍କ ନେତୃତ୍ଵରେ ରାଜ୍ୟ ବିଜେପି ଲଢିବାକୁ ଅଣ୍ଟା ଭିଡିଛି। ଯୁବ ବର୍ଗଙ୍କ ଗହଣରେ ମନମୋହଲ ସାମଲ ବେଶ ଆଦୃତ। ସାଙ୍ଗଠନିକରେ ତାଙ୍କର ଦକ୍ଷତା ଥିବା ରାଜନୈତିକ ବିଶେଷଜ୍ଞ କହିଛନ୍ତି। ନୂତନ ସଭାପତି ନିଯୁକ୍ତ ସହ ବିଜେପି ଶିବିର ଉତ୍ସାହିତ ହୋଇ ଉଠିଛି।

 

SBI AD