ଆଫଗାନିସ୍ତାନରେ ଆଉ ଏକ ଭୂମିକମ୍ପ : ତୀବ୍ରତା ୪.୩

ନୂଆଦିଲ୍ଲୀ ୨୯/୦୩ : ସକାଳ ୫.୪୯ରେ ଆଫଗାନିସ୍ତାନରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ଦି ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନାରୁ ଜଣାପଡ଼ିଛି। କାବୁଲ୍ ନଗରୀର ପୂର୍ବକୁ ୮୫ କିଲୋମିଟର୍‌ ଦୂରବର୍ତ୍ତୀ ଅଞ୍ଚଳ ଅନ୍ତର୍ଗତ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତର ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଏଥିଯୋଗୁଁ କେହି ମୃତାହତ ହୋଇଥିବା କିମ୍ବା କିଛି ଧନସମ୍ପତ୍ତି ନଷ୍ଟ ହୋଇଥିବା ରିପୋର୍ଟ ମିଳିନାହିଁ।

ମାର୍ଚ ୨୭ ତାରିଖ ଦିନ ମଧ୍ୟ ଆଫଗାନିସ୍ତାନର ତଖାର୍‌ ପ୍ରଦେଶ ଅନ୍ତର୍ଗତ ଫର୍‌ଖାର୍‌ ଜିଲ୍ଲାର ଦକ୍ଷିଣ ଭାଗରେ ଗୋଟାଏ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର୍‌‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪.୨। ଭୋର୍‌ ୪.୫୩ରେ ଭୂଗର୍ଭର ୧୨୪.୧ କିଲୋମିଟର୍‌ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା ବୋଲି ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) ରିପୋର୍ଟ କରିଥିଲା ଉପରୋକ୍ତ ଭୂମିକମ୍ପ ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା।

SBI AD