ଭୁବନେଶ୍ବର,୨୯/୩ : ମା’ ଖଣ୍ଡୁଆଳି ବୁଢୀ ଠାକୁରାଣୀଙ୍କ ୪୮ ତମ ବାସନ୍ତୀ ଦୂର୍ଗା ପୂଜା ଅବସରରେ ସହିଦନଗର ସ୍ଥିତ ମନ୍ଦିରରେ ଦ୍ଵିତୀୟ ଦିନରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସହଯୋଗରେ ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ, ପ୍ରବଚନ କାର୍ଯ୍ଯକ୍ରମରେ ପ୍ରଥମେ କୃପାସିନ୍ଧୁ ପଳେଇ ଓ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ, ପରେ ପରେ ପ୍ରବାଚକ ଡ. ପ୍ରଶାନ୍ତ କୁମାର ରଥ ସ୍କନ୍ଦପୁରାଣ ଅନୁସାରେ ବର୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ । ମା’ ଖଣ୍ଡୁଆଳି ବୁଢୀ ଠାକୁରାଣୀ ଓ ଶ୍ରୀଜଗନ୍ନାଥଙ୍କ ବିଷୟରେ ସମସ୍ତଙ୍କୁ ଦୀର୍ଘ ସମୟ ଧରି ବୁଝାଇବା ସହ, ଶରୀର ତତ୍ତ୍ଵ ବିଷୟରେ ଓ ଆମେ ସମସ୍ତେ କ’ଣ କଲେ ଆତ୍ମାକୁ ଆନନ୍ଦ ମିଳିବ ବୁଝାଇ ଥିଲେ । ଇଶ୍ୱରଙ୍କୁ ସର୍ବଦା ଭଲ ପାଇବା ଉଚିତ, ଏହା ଶ୍ରୋତାମାନଙ୍କ ମନରେ ଆନନ୍ଦ ଦେଇଥିଲା, ପରେ ପରେ ମହାପ୍ରଭୁଙ୍କ ପାଖରେ ଆଳତି କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ମା’ ଖଣ୍ଡୁଆଳିଙ୍କ ମନ୍ଦିରର ପ୍ରମୁଖ କର୍ମ କର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ, ସର୍ବ ଶେଷରେ ସମସ୍ତେ ମିଳି ମିଶି ପ୍ରସାଦ ସେବନ କରିଥିଲେ ।