ସୁନ୍ଦରଗଡ଼ ୫/୦୪ : ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ବେକରେ ଗାମୁଛା ଲଗାଇ ନିଜ ଘରେ ଜୀବନ ହାରିଛନ୍ତି । ତେବେ ସେ କାହିଁକି ଏପରି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ବୁଧବାର ସକାଳେ ଖବର ପ୍ରସାରିତ ହୋଇଛି। ଖବର ଆସିବା ପରେ ଶତାଧିକ ବିଜେଡି କର୍ମୀ, ସାଧାରଣ ଜନତା ତାଙ୍କ ଭିତିରିଆପଡା ଘରେ ଭିଡ଼ ଜମାଇଛନ୍ତି।
ଜଣେ ମେଳାପୀ ଯୁବନେତା ଭାବେ ସୁନ୍ଦରଗଡ଼ ସହରରେ ବେଶ୍ ଜଣାଶୁଣା ଥିଲେ ସେ। ତାଙ୍କର ଏହି ଅକାଳ ବିୟୋଗରେ ବିଜେଡି ନେତା ଓ ସାଧାରଣ ଜନତା ଦୁଃଖ ପ୍ରକାଶ କରିଛନ୍ତି। ଟାଉନ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଛି।