୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍‌ସ ପଞ୍ଝାରେ ଖଣ୍ଡଗିରି ଏସ୍‌ଆଇ

ଭୁବନେଶ୍ବର : ୫୦ ହଜାର ଟଙ୍କା ଲାଞ୍ଚ ଆକାରରେ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ପଞ୍ଝାରେ ଧରାପଡ଼ିଛନ୍ତି ଖଣ୍ଡଗିରି ଥାନାର ଏସ୍‌ଆଇ ସୁଶାନ୍ତ ସ୍ବାଇଁ। ଏସ୍‌ଆଇ ଶ୍ରୀ ସ୍ବାଇଁଙ୍କ ସହିତ ଡାଟା ଏଣ୍ଟ୍ରିଅପରେଟର୍‌ ଚିରଞ୍ଜୀବି ବାଲା ବି ଭିଜିଲାନ୍‌ସ ଟିମ୍‌ ହେପାଜତରେ ଅଛନ୍ତି। ଭରତପୁର ଥାନା ନାକା ଗେଟ୍‌ ନିକଟରେ ଏହି ଲାଞ୍ଚ ଟଙ୍କା ଦେଣନେଣ ହେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ସେମାନଙ୍କୁ କାବୁ କରିଛି। ଏକ ମାମଲାରେ ଜଣେ ବିଲ୍‌ଡରଙ୍କୁ ଗିରଫ ନକରିବାକୁ ଏସ୍‌ଆଇ ଶ୍ରୀ ସ୍ବାଇଁ ଲାଞ୍ଚ ଦାବି କରିଥିଲେ। ଭରତପୁର ଥାନା ଘାଟିକିଆରେ ଥିବା ଘର ସହ କଟକ ଔପଦା ଅନୁଜପୁରସ୍ଥିତ ପୈତୃକ ଘରେ ସମାନ୍ତରାଳ ଚଢ଼ଉ ଚାଲିଛି। ଚଢ଼ଉ ବେଳେ ବିପୁଳ ପରିମାରଣର ସୁନାଗହଣା, ଟଙ୍କା, ଜମି ଆଦି ସମ୍ପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି।

ପ୍ରକାଶ ଏସମ୍ପର୍କରେ ନିଜ ଆଇନଜୀବୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଏସ୍‌ଆଇ ଶ୍ରୀ ସ୍ବାଇଁଙ୍କ ଦର ୫ ଲକ୍ଷ ଟଙ୍କାରୁ କମିକମି ୨ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ପ୍ରଥମେ ୫୦ ହଜାର ଟଙ୍କା ନେବେ ଓ କାଗଜପତ୍ର ଠିକ୍‌ କରିବା ପରେ ଅବଶିଷ୍ଟ ଦେଢ଼ ଲକ୍ଷ ଟଙ୍କା ଦିଆଯିବ ବୋଲି କଥା ଛିଡ଼ିଥିଲା। ଏହା ଭିତରେ ପ୍ରକାଶ ଓ ଆଇନଜୀବୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍‌ସ କର୍ତ୍ତୃପକ୍ଷଙ୍କ ପରାମର୍ଶକ୍ରମେ ଟଙ୍କା ଦେଣନେଣ ପାଇଁ ଆଜିକୁ କଥା ଛିଡ଼ିଥିଲା। ସୁଶାନ୍ତ ଟଙ୍କା ଧରି ଥାନାକୁ ଯିବାକୁ ବାହାରିଥିବା ବେଳେ ଏସ୍‌ଆଇ ଶ୍ରୀ ସ୍ବାଇଁ ତାଙ୍କୁ ଥାନାକୁ ନ ଆସି ନାକା ଗେଟ୍‌ ପାଖରେ ଅପେକ୍ଷା କରିବାକୁ କହିଥିଲେ। ସେହି ଅନୁସାରେ ପ୍ରକାଶ ଓ ଭିଜିଲାନ୍‌ସ ଟିମ୍‌ ନାକା ଗେଟ୍‌ ନିକଟରେ ଅପେକ୍ଷା କଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ଏସ୍‌ଆଇ ଶ୍ରୀ ସୁଶାନ୍ତ ଓ ଡାଟା ଏଣ୍ଟ୍ରିଅପରେଟର ଚିରଞ୍ଜୀବି ଏକ ବୁଲେଟ୍‌ ଯୋଗେ ସେଠାରେ ପହଞ୍ଚି ପ୍ରକାଶଙ୍କଠାରୁ ଟଙ୍କା ନେଇଥିଲେ। ସେମାନେ ଟଙ୍କା ନେବା ମାତ୍ରେ ଛକି ରହିଥିବା ଭିଜିଲାନ୍‌ସ ଟିମ୍‌ ସେମାନଙ୍କୁ ଘେରି ଯାଇଥିଲା।

୨୦୧୫ ମସିହାରେ ସୁଶାନ୍ତ ଏସ୍‌ଆଇ ଭାବେ ଚାକିରିରେ ଯୋଗଦେଇଥିଲେ। ପ୍ରଶିକ୍ଷଣ ସରିବା ପରେ ୨୦୧୭ ମସିହାରେ ସେ କମିସନରେଟ୍‌ ପୁଲିସର ବାଲିଅନ୍ତା ଥାନାରେ ଯୋଗଦେଇଥିଲେ। ୨୦୧୯ ମସିହାରେ ତାଙ୍କର ଖଣ୍ଡଗିରି ଥାନାକୁ ବଦଳି ହୋଇଥିଲା।

SBI AD