୬ ଲେନ୍ ବିଶିଷ୍ଟ ହେବ କଟକ ରିଂ ରୋଡ୍ : ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି

ଭୁବନେଶ୍ୱର,୨୪/୪ : ଆଜି ରାଜ୍ୟ କ୍ୟାବିନେଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହକି ପ୍ରାୟୋଜକ ହେବା ଠାରୁ ଆମ୍ଭ କରି ସବ୍‌ ଇନ୍‌ସପେକ୍ଟର ଚାକିରି ପାଇଁ ନୂଆ ନିୟମ ପର୍ଯ୍ୟନ୍ତ ସବୁ ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମୋହର ବାଜିଛି।

୮୬୬ଟି ନୂଆ ସେତୁ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ବେଳେ କଟକ ରିଂ ରୋଡ୍‌କୁ ୬ ଲେନ୍ ବିଶିଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖାନନଗର ଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ ନିର୍ମାଣ ହେବ। ଏଥିପାଇଁ ୧୨୧ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି। ମାତ୍ର ୨୪ ମାସ ଅର୍ଥାତ୍ ଦୁଇ ବର୍ଷ ରିଂ ରୋଡ୍ ନିର୍ମାଣ କାର୍ଯ୍ୟ ସାରିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

SBI_Festive_Digital Billboard