ଆଜିର ରାଶିଫଳ (ମଙ୍ଗଳବାର)

ତା : ୨୫/୪/ ୨୦୨୩

ମେଷ : କ୍ୟାରିୟର କୁ ଅଗାକୁ ନେବା ପାଇଁ ଦିନଟି ବହୁତ୍ ଭଲ ରହିଛି। ତୃତୀୟ ଚନ୍ଦ୍ର ଯୋଗୁଁ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ।ରୋଜଗାର ସାମାନ୍ୟ ରହିବ। ପରିବାରରେ ଖୁସି ଲାଗି ରହିବ। ଛାତ୍ରଛାତ୍ରୀ ମଧ୍ୟମ ଫଳ ପ୍ରାପ୍ତ କରିବେ।

ବୃଷ : ଅର୍ଥ ବ୍ୟୟ ର ଯୋଗ ରହିଛି । ପର ଚର୍ଚ୍ଚାରେ ସମୟ ଅତିବାହିତ କରିବେ। ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ। ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ। ଛାତ୍ରଛାତ୍ରୀ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ।

ମିଥୁନ : ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ। ଆଜି ରାଶିରେ ଆପଣଙ୍କର ଶ୍ରୀ ଚନ୍ଦ୍ର। ଧନଲାଭର ଯୋଗ ରହିଛି। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଉଚ୍ଚସମ୍ମାନ ର ଅଧିକାରୀ ହେବେ। ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ।

କର୍କଟ : ରାଜନୀତି ରେ ଉତ୍ତମ ଫଳ ପ୍ରାପ୍ତ ହେବ । ଉଚ୍ଚ ପଦପଦବୀ ରେ ସମ୍ମାନିତ ହେବେ। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଅଟକିଥିବା କାର୍ଯ୍ୟ ର ପୁନରରାରମ୍ଭ ହେବ। ପରିବାର ର ଧ୍ୟାନ ରଖିବେ। ବିଦ୍ୟାର୍ଥୀମାନେ ସଫଳ ହେବେ।

ସିଂହ : ବ୍ୟବସାୟ ରେ ଖ୍ୟାତି ଓ ଉନ୍ନତି ମିଳିବ । ଦିନଟି ବହୁତ୍ ଭଲ ରହିଛି ।ନିଜ କର୍ମ କୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ। ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ। ବୈବାହିକ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନଙ୍କର ଭ୍ରମଣ ଯୋଗ ରହିଛି ।

କନ୍ୟା : ପାରିବାରିକ ଜୀବନ ସୁଖମୟ ହେବ । ପ୍ରଶଂସାର ପାତ୍ର ହେବେ । ସନ୍ତାନ ର ଭବିଷ୍ୟତ ପାଇଁ ଧନ ନିବେଶ କରିବେ ।ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳି ପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିଆନ୍ତିବତ୍ୟାନ୍ତ ଶୁଭ ରହିଛି ।

ତୁଳା : ସେବା ପୂଜା ରେ ମନୋ ନିବେଶ କରିବେ । ଦିନଟି ବହୁତ୍ ଭଲ ରେ କଟିବ । ଚାକିରି ପ୍ରଶଂସା ମିଳିବ । ପାରିବାରିକ ଜୀବନ ସାମାନ୍ୟ ରହିବ । ବ୍ୟବସାୟ ରେ ଧୀର ପ୍ରଗତି ହେବ ।ବନ୍ଧୁ ଙ୍କ ସହ ଭ୍ରମଣ ଯୋଗ ରହିଛି ।ନୂଆ ସଂପତ୍ତି କ୍ରୟ କରିବେ ।

ବିଛା : ନିଜସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ। ଚାକିରି ରେ ଉନ୍ନତି ଯୋଗ ରହିଛି। ସଭା ରେ ସମ୍ମାନିତ ହେବେ । ପ୍ରେମ ସମ୍ପର୍କ ରେ ଖୁସି ଖବର ମିଳିବ । ଛାତ୍ର ଛାତ୍ରୀ ମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ ।

ଧନୁ : ଧାର୍ମିକ କାର୍ଯ୍ୟ ରେ ଯୋଗଦାନ କରିବେ । ଦିନଟି ଭଲ ଫଳ ଦେବ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ ।ଆୟ ର ଯୋଗ ରହିଛି ।କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନ ରୁ ଖୁସି ର ବାର୍ତ୍ତା ମିଳିବ ।

ମକର : ପରୋପକାର କରି ଖୁସି ଅନୁଭବ କରିବେ। ବାକି ଥିବା କାର୍ଯ୍ୟ ଆଜି ସଫଳତାର ସହ ସଂପୂର୍ଣ୍ଣ ହେବ ।ସ୍ବାସ୍ଥ୍ୟଅବସ୍ଥାରେ ଅବନତି ଦେଖା ଦେବ।ପରିବାରରେ ଶୁଭ କର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ ।

କୁମ୍ଭ : ବାକିଥିବା କାର୍ଯ୍ୟ ସମାପ୍ତ ହେବ ରାଜନୀତିରେ ନୂଆ ଆଶା ଦେଖା ଦେବ । ଭାଗ୍ୟର ସାଥ ମିଳିବ। ମିତ୍ର ଙ୍କ ସହ ଭ୍ରମଣ ରେ ଯାଇ ପାରନ୍ତି ।ବ୍ୟବସାୟ ରେ ଅଧିକ ଲାଭ ମିଳିବ । ଗୃହ କୁ ବନ୍ଧୁ ଙ୍କ ଆଗମନ ହେବ ।

ମୀନ : ବ୍ୟବସାୟ ରେ ନୂତନ କାର୍ଯ୍ୟ ଆରମ୍ଭ ହେବ । ଦିନଟିରେ ସାମାନ୍ୟ କଳହ ଯୋଗ ରହିବ । ନିଜ କାର୍ଯ୍ୟ କୁ ଠିକ୍ ସମୟରେ ପୂରଣ କରନ୍ତୁ ।ଧାର୍ମିକ କାର୍ଯ୍ୟ ରେ ମନୋନିବେଶ କରିବେ। ଛାତ୍ର ଛାତ୍ରୀ ମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

SBI_Festive_Digital Billboard