ଜାଲ୍ ସାର୍ଟିଫିକେଟ୍ ମାମଲାରେ ନିଲମ୍ବିତ ହେଲେ ୩ ପୋଷ୍ଟ ମାଷ୍ଟର

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ହୋଇଥିବା ଜାଲ୍ ସାର୍ଟିଫିକେଟ୍କୁ ନେଇ ଏବେ ରାଜ୍ୟରେ ତନାଘନା ଜାରି ରହିଛି । ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଥିବା ବେଳେ ଏବେ କେନ୍ଦ୍ରାପଡ଼ା ଲିଙ୍କ ଥିବା ଜଣାପଡିଛି । କେନ୍ଦ୍ରାପଡାର ଡାକ ବିଭାଗରେ କାର୍ଯ୍ୟରତ ୩ ଜଣ କର୍ମଚାରୀଙ୍କୁ ଆଜି ନିଲମ୍ବନ କରାଯାଇଛି ।

ଏମାନଙ୍କ ମଧ୍ୟରୁ ଜଣେ ୨ ବର୍ଷ ହେଲା ଏବଂ ଅନ୍ୟ ଦୁଇ ଜଣେ ୬ ମାସ ହେବ ଚାକିରି କରୁଥିଲେ । ତିନି ହେଁ ଭଦ୍ରକର ଓ ବାହାର ରାଜ୍ୟର ଜାଲ ସାର୍ଟିଫିକେଟ୍ ଦେଇଥିଲେ । ମାମଲା ପର ଠାରୁ ଏମାନେ ଫେରାର ଅଛନ୍ତି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ଡାକ ଅଧ୍ୟକ୍ଷକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.