ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା : ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର,୨୫/୪ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ଜବାବ ଲୋଡିଛନ୍ତି ହାଇକୋର୍ଟ। ଜୁଲାଇ ୧୦ ତାରିଖ ସୁଦ୍ଧା ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ଆଇନ ସଚିବଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ପୁରୀର ସ୍ୱେଚ୍ଛାସେବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଆବେଦନର ବିଚାର କରି ହାଇକୋର୍ଟ ଆଜି ଏହି ଶୁଣାଣି କରିଛନ୍ତି।

ଦିଲ୍ଲୀପ ଏହା ବ୍ୟତୀତ ରତ୍ନଭଣ୍ଡାରରେ କ’ଣ ସବୁ ରହିଛି ତାର ତାଲିକା ପ୍ରସ୍ତୁତ କରିବାରେ ସରକାର ନିୟମକୁ ଅଣଦେଖା କରୁଥିବା ଏବଂ ରତ୍ନଭଣ୍ଡାରର ମରାମତି ପାଇଁ ଏଏସ୍‌ଆ(ପ୍ରତ୍ନତତ୍ତ୍ୱ ବିଭାଗ)କୁ ଦାୟିତ୍ୱ ହସ୍ତାନ୍ତର କରିବାରେ ସରକାର ଦାୟିତ୍ୱହୀନତା ଦେଖାଉଥିବା ପ୍ରସଙ୍ଗ ମଧ୍ୟ ଗୋଟିଏ ଆବେଦନରେ ହାଇକୋର୍ଟଙ୍କୁ ଜଣାଇଛନ୍ତି। ମାତ୍ର କୋର୍ଟ କେବଳ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରିଥିବା ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଜବାବ ଲୋଡିଛନ୍ତି।

SBI_Festive_Digital Billboard