ଗୋଟିଏ ହ୍ବାଟ୍ସଆପ୍ ଆକାଉଣ୍ଟରେ ଦୁଇଟି ଫୋନ୍‌ ବ୍ୟବହାର କରିହେବ : କମ୍ପାନୀ ଆଣିଲା ନୂଆ ଫିଚର

ନୂଆଦିଲ୍ଲୀ, ୨୬/୦୪: ହ୍ବାଟ୍ସଆପ୍‌ ତାର ୟୁଜର୍ସଙ୍କ ପାଇଁ ବହୁ ପ୍ରତୀକ୍ଷିତ ଫିଚର ଲଞ୍ଚ କରିଛି। ଏହି ନୂଆ ଫିଚର ଗ୍ରାହକଙ୍କୁ ବେଶ୍ ଫାଇଦା ଦେବ। ଖାସ୍‌କରି ଯେଉଁମାନେ ଦୁଇଟି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ। ହ୍ବାଟ୍ସଆପ୍‌ ଆଣିଥିବା ଏହି ନୂଆ ଫିଚର ଦ୍ବାରା ଏଣିକି ୟୁଜର ଗୋଟିଏ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ଏକାଧିକ ସ୍ମାର୍ଟଫୋନ୍‌ରେ ବ୍ୟବହାର କରିପାରିବେ।

ଯେଉଁମାନେ କାମ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ଦୁଇଟି ଫୋନ୍‌ ବ୍ୟବହାର କରୁଛନ୍ତି ସେମାନେ ନିଜର ହ୍ବାଟ୍ସଆପ୍‌କୁ ଦୁଇଟିଯାକ ଫୋନ୍‌ରେ ବ୍ୟବହାର କରିପାରିବେ। ଅବଶ୍ୟ ଏହା ପୂର୍ବରୁ ଏଭଳି କରିବା ସମ୍ଭବ ହେଉନଥିଲା ଏବଂ ୟୁଜର କେବଳ ଗୋଟିଏ ଫୋନ୍‌ରେ ଗୋଟିଏ ଆକାଉଣ୍ଟ ଲଗ୍‌ଇନ୍‌ କରିପାରୁଥିଲେ। ତେବେ ଆସନ୍ତା ସପ୍ତାହରୁ ଏହି ଅପଡେଟ୍‌ ଗ୍ରାହକଙ୍କୁ ମିଳିବା ଆରମ୍ଭ ହୋଇଯିବ।

SBI_Festive_Digital Billboard