ଭାଣିଜୀକୁ ଗର୍ଭବତୀ କରି ମାମୁ ଫେରାର

ଦଶପଲ୍ଲା : ନାବାଳିକା ଭାଣିଜୀକୁ ୬ମାସର ଗର୍ଭବତୀ କଲା ମାମୁ। ବିବାହ କରିବାକୁ ବାଧ୍ୟ କରିବାରୁ ଘରେ ନିଆଁ ଲଗାଇଦେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ । ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ କରାଯାଇଛି। ଅଭିଯୁକ୍ତ ମାମୁ ପୂର୍ଣ୍ଣ ବେହେରାକୁ ପୁଲିସ ଖୋଜାଖୋଜି କରୁଛି।

ସୂଚନା ଅନୁସାରେ, ନାବାଳିକାର ବାପାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମାମୁ ପୁର୍ଣ୍ଣ ତାଙ୍କ ଘରେ ଆସି ରହୁଥିଲା। ନାବାଳିକାଙ୍କ ମା’ ଦିନ ମଜୁରୀ ଭାବେ କାମ କରିବାକୁ ବାହାରକୁ ଯାଆନ୍ତି। ଘରେ ଛୋଟ ପୁଅ ଓ ନାବାଳିକା ରହିଥାନ୍ତି। ଏହି ସମୟରେ ସମ୍ପର୍କୀୟ ମାମୁ ନାବାଳିକା ସହ ଶାରୀରିକ ସଂପର୍କ ରଖି ୬ ମାସ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ନାବାଳିକା ମା’ ଏହା ଜାଣିବା ପରେ ଲୋକ ନିନ୍ଦାକୁ ଡରି କାହାକୁ କିଛି କହି ନଥିଲେ। ଝିଅକୁ ବିବାହ କରିବାକୁ ସମ୍ପର୍କୀୟ ଭାଇ ପୁର୍ଣ୍ଣକୁ କହିଥିଲେ। ପୁର୍ଣ୍ଣ ଏଥିରେ ରାଜି ହୋଇ ନଥିଲେ। ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ପୁର୍ଣ୍ଣ ଘରେ ନିଆଁ ଲଗାଇ ଦେଇ ଚମ୍ପଟ ମାରିଥିଲେ। ସୌଭାଗ୍ୟବଶଃତ ଏଥିରେ କାହାର କିଛି କ୍ଷତି ହୋଇନଥିଲା। ହେଲେ ଘରଟି ପୋଡ଼ି ପାଉଁଶ ହୋଇଯାଇଥିଲା। ନାୟଗଡ଼ ଚାଇଲ୍ଡ ଲାଇନ ଏନେଇ ଖବର ପାଇବା ପରେ ନାବାଳିକା ପାଖରେ ପହଞ୍ଚିଥିଲା। ଚାଇଲ୍ଡ ଲାଇନ ପକ୍ଷରୁ ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଅଭିଯୁକ୍ତ ମାମୁ ପୁର୍ଣ୍ଣକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

SBI_Festive_Digital Billboard