ପର୍ଯ୍ୟଟକ ଗାଡ଼ି ଓଲଟି ଜଣେ ମୃତ, ୮ ଗୁରୁତର

ପୁରୀ, ୭/୧: ପୁରୀରୁ କୋଣାର୍କ ଯାଉଥିବା ଏକ ଟାଭେରା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ପୁଲିସ ପହଞ୍ଚି ମୃତାହତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ପଶ୍ଚିମବଙ୍ଗରୁ ୨ ପରିବାର ପୁରୀ ବୁଲି ଆସିଥିଲେ । ସେମାନେ ଏକ ଟାଭେରା କରି କୋଣାର୍କ ଯିବାକୁ ବାହାରି ଥିଲେ । ଟାଭେରା ଗାଡ଼ି ନେଇ ମେରାଇନ୍‌ ରୋଡ୍ରେ କୋଣାର୍କ ଯାଉଥିବ ବେଳେ ଲିଆଖିଆ ବ୍ରିଜ୍‌ ନିକଟରେ ଡ୍ରାେଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟାଭେରା ଡ୍ରାଇଭର ଜ୍ୟୋତିପ୍ରକାଶ ମିଶ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ପର୍ଯ୍ୟଟକ ଗୁରୁତର ଭାବେ ଆହତ ହୋଇଛନ୍ତି ।