ତିରୁବନନ୍ତପୁରମ, ୧୦/୧ : କେରଳର ବହୁ ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ପୁଣି ଜଣେ ନିସିଦ୍ଧ ବୟସି ମହିଳା ପ୍ରବେଶ କରିଥିବା ଦାବି ହୋଇଛି । ଜଣେ ୩୬ ବର୍ଷିୟ ମହିଳା ମଙ୍ଗଳବାର ମନ୍ଦିରରେ ପ୍ରବେଶ କରି ଦୀର୍ଘ ୨ ଘଣ୍ଟା ଧରି ଭଗବାନ ଆୟªାଙ୍କୁ ପୁଜାର୍ଚ୍ଚନା କରିଥିବା କହିଛନ୍ତି । ଚତନ୍ନୁରର ବାସିନ୍ଦା ମଞ୍ଜୁ ଫେସବୁକରେ ଭିଡିଓ ଏବଂ ଫୋଟ ପୋଷ୍ଟ କରି ଦାବି କରିଛନ୍ତି ଯେ, ମଙ୍ଗଳବାର ଦିନ ମନ୍ଦିରରେ ପ୍ରବେଶ କରି ପୁଜାର୍ଚ୍ଚନା କରିଛନ୍ତି ଏବଂ କୌଣସି ଭକ୍ତ ତାଙ୍କୁ ବିରୋଧ କରି ନାହାନ୍ତି । ସେ ୫୦ ବର୍ଷିୟ ବୁଢି ମହିଳାର ବେଶ ଧାରଣ କରି ମନ୍ଦିର ପରିସରରେ ପ୍ରବେଶ କରିଥିବା ଏବଂ ଭଗବାନଙ୍କୁ ଦର୍ଶନ କରିଥିବା ନିଜ ପୋଷ୍ଟରେ ଲେଖିଛନ୍ତି । ସେ କହିଛନ୍ତି କି, ମୁ ମନ୍ଦିର ପରିସରରେ ପାଖା ପାଖି ୨ ଘଣ୍ଟା ବିତାଇଥିଲି । ଅଖିଳ ଭାରତୀୟ ଆୟªା ସେବା ସଙ୍ଘର ସଦସ୍ୟଙ୍କୁ ମୁ ସହାୟତା ମାଗିଥିଲି, ଯେଉଁମାନେ ଦର୍ଶନ କରିବାରେ ମତେ ସାହାଯ୍ୟ କରିଥିଲେ । ମଞ୍ଜୁ ସେହି ୨୦ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଯିଏ ଗତ ଅକେଫାବର ମାସରେ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପ୍ରବେଶ କରି ପାରି ନଥିଲେ । ଏହାପୂର୍ବରୁ ବିନ୍ଦୁ ଓ କନକଦୁର୍ଗା ନାମକ ଦୁଇ ଜଣ ମହିଳା ସାବରୀମାଳା ମନ୍ଦିରରେ ପ୍ରବେଶ କରିଥିଲେ । ଯାହାକୁ ନେଇ ସମଗ୍ର କେରଳରେ ବନ୍ଦ ଓ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ ୧୦ରୁ ୫୦ ବର୍ଷିୟ ମହିଳା ମଧ୍ୟ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଗତ ବର୍ଷ ସେପେଫମ୍ବର ମାସରେ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।