ସାମଗ୍ରୀ-
ଦହି- ୨୫୦ ଗ୍ରାମ, ବାଇଗଣ-୨ ଟି, ତେଲ- ଭାଜିବା ପାଇଁ, ହେଙ୍ଗୁ- ଚିମୁଟାଏ, କଟା କଞ୍ଚା ଲଙ୍କା- ୨ ଟି, କଳା ସୋରିଷ- ୧/୨ ଛୋଟ ଚାମଚ, ଭଜା ଜିରା ଗୁଣ୍ଡ- ୧ ଛୋଟ ଚାମଚ, କଟା ଧନିଆ ପତ୍ର- ୧ ଟେବୁଲ ଚାମଚ, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ-
ପ୍ରଥମେ ବାଇଗଣକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । କରେଇରେ ତେଲ ଦେଇ ଗରମ କରନ୍ତୁ । ଗରମ ତେଲରେ ବାଇଗଣ ଭାଜନ୍ତୁ । ଭଜା ବାଇଗଣକୁ କାଢି ଅଲଗା ରଖନ୍ତୁ । ଏବେ ଦହିରେ ଭଜା ବାଇଗଣ, କଟା କଞ୍ଚା ଲଙ୍କା ଓ ଲୁଣ ପକାଇ ମିଶାନ୍ତୁ । ତା’ପରେ ଏକ ତଡକା ପ୍ୟାନରେ ୧ ଛୋଟ ଚାମଚ ତେଲ ଦେଇ ଗରମ କରନ୍ତୁ । ଏଥିରେ ହେଙ୍ଗୁ ଓ କଳା ସୋରିଷ ଦେଇ ଫୁଟାନ୍ତୁ । ଏହାକୁ ଦହି ବାଇଗଣ ମିଶ୍ରଣରେ ପକାନ୍ତୁ । ଏବେ ଏଥିରେ ୧/୨ ଛୋଟ ଚାମଚ ଜିରା ଗୁଣ୍ଡ ଓ ଧନିଆ ପତ୍ର ପକାଇ ମିଶାନ୍ତୁ । ତାପରେ ବାଇଗଣ ରାଇତାକୁ ଗୋଟିଏ ପାତ୍ରରେ ଓହ୍ଲାଇ ଧନିଆ ପତ୍ରରେ ସଜାଇ ଫ୍ରିଜରେ ୩୦ ମିନିଟ ରଖନ୍ତୁ । ଏହି ଥଣ୍ଡା ରାଇତାକୁ ଗରମ ଭାତ ସହ ପରଷନ୍ତୁ ।
Next Post