ବେଙ୍ଗାଲୁର୍,୧୧/୧: ଇସ୍ରୋ ପକ୍ଷରୁ ଆରମ୍ଭ ହୋଇଥିବା ‘ମିଶନ ଗଗନୟାନ୍’ ଦ୍ୱାରା ଆସନ୍ତା ୨୦୨୧ ସୁଦ୍ଧା ସାଧାରଣ ଲୋକେ ମଧ୍ୟ ମହାକାଶ ଯାତ୍ରା କରିପାରିବେ। ଏନେଇ ଇସ୍ରୋ ଅଧ୍ୟକ୍ଷ କେ.ସିବନ ସୂଚନା ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟ୍ ପକ୍ଷରୁ ୧୦ ହଜାର କୋଟି ଟଙ୍କାର ଏକ ପ୍ରକଳ୍ପକୁ ମଞ୍ଜୁରୀ ମଧ୍ୟ ଦିଆସରିଛି। ଏହି ମିଶନ ସଫଳ ହେଲେ ମହାକାଶକୁ ଯାତ୍ରୀଙ୍କୁ ପଠାଉଥିବା ଦେଶ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନ ହାସଲ କରିବ ବୋଲି କୁହାଯାଉଛି।