ଲକ୍ଷ୍ନୌ, ୧୪/୧: ବିହାରର ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ୟୁପିର ରାଜଧାନୀ ଲକ୍ଷ୍ନୌରେ ଅଛନ୍ତି । ମୟାବତୀଙ୍କ ସହ ସାକ୍ଷାତ କରିବା ପରେ ଆଜି ସେ ଏସପିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମିଶି ଏକ ଗଣମାଧ୍ୟମ ସମ୍ମିଳନୀରେ ସମ୍ବୋନ୍ଧିତ କରିଛନ୍ତି ।
ତେଜସ୍ୱୀ ଯାଦବ କହିଛନ୍ତି କି, ଦେଶକୁ ଉଚିତ୍ ମାର୍ଗ ଦର୍ଶାଇବା ପାଇଁ ଅଖିଳେଶ ଏବଂ ମାୟାବତୀ ଉଚିତ୍ ପଦକ୍ଷେପ ଉଠାଇଛନ୍ତି । ଦେଶ ଏହି ମହାମେଂଟକୁ ମନେ ରଖିବ । ବିହାରରେ ମଧ୍ୟ କେହି ଭାବି ପାରିବେ ନାହିଁ ଯେ, ଲାଲୁ ନିତୀଶ କେବେ ଏକ ହେବେ । ତେଜସ୍ୱୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, ଦେଶରେ ଅଘୋଷିତ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହୋଇଛି । ସାମ୍ବିଧାନିକ ସଂସ୍ଥାକୁ ନିଜର ହିତ ପାଇଁ ବ୍ୟବହାର କରାଯାଉଛି । ୟୁପି ବିହାରରୁ ବିଜେପିର ନାମ ଲିଭି ଯାଇଛି ବୋଲି ଆମେ ଆଶ୍ୱସ୍ତ ଅଛୁ ।
ଏହି ସମୟରେ ସେ ଆରଏସଏସ ଉପରେ ଆକ୍ରମଣ କରି କହିଛନ୍ତି , ଯିଏ କଂଗ୍ରେସର ଗୁଲାମ ଥିଲା ଆଜି ସେ ଦେଶର ବ୍ୟବସ୍ଥା ଉପରେ ସ୍ୱାମିତ୍ୱ ରଖୁଛି । ମୋହନ ଭାଗବତ ପୂର୍ବରୁ କହୁଥିଲେ ଯେ, ଆର୍ଥିକ ଆଧାରରେ ଆରକ୍ଷଣ ଦିଆଯିବ । ଆଜି ଦେଖନ୍ତୁ ସେହି ଦିଗରେ କାମ ଚାଲିଛି । ମହାମଏଂଟକୁ ନେଇ ଅଖିଳେଶଙ୍କୁ ଶୁଭକାମନା ଜଣାଇ ସେ କହିଛନ୍ତି କି, ୟୁପିର ଜନତା ଏହି ମହାମେଂଟକୁ ଆଶୀର୍ବାଦ ଦେବେ ବୋଲି ମୁଁ ଆଶା କରୁଛି । ଆଗକୁ ୟୁପି ଏବଂ ବିହାର ସ୍ଥିର କରିବ ଯେ, ଶାସନରେ କିଏ ବସିବ ।