ଅଧିକାଂଶ ଲୋକ ସାଧାରଣତଃ ଶୀତ ଦିନରେ ବାଦାମ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପ୍ରୋଟିନର ସବୁଠୁ ସସ୍ତା ଏବଂ ଭଲ ସ୍ରୋତ ବୋଲି କୁହାଯାଏ । ପିସ୍ତାବାଦାମର ସମସ୍ତ ତତ୍ୱ ଚିନା ବାଦାମରେ ରହିଥାଏ ଏବଂ ଏଥିରେ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ନଥାଏ । ଏହି କାରଣରୁ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ବୋଲି କୁହାଯାଏ । ସାଧାରଣତଃ ଲୋକମାନେ ଏହାକୁ ଟାଇମ ପାସ୍ ହିସାବରେ ଖାଇଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ବିଷୟରେ ।
– ଚିନାବାଦାମରେ ଭରପୁର ମାତ୍ରାରେ ଆଇରନ, ଜିଙ୍କ, ମ୍ୟାଗ୍ନେସିୟମ, ପୋଟାସିୟମ, କ୍ୟାଲସିୟମ ଏବଂ କପର ଭଳି ତତ୍ୱ ରହିଥାଏ , ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
– ଚିନାବାଦାମ ଆମ ଶରୀର ପାଇଁ ଔଷଧ ଭଳି କାମ କରିଥାଏ । ଏହା ଖାଇବା ଦ୍ୱାରା ଗାଁଲ ବ୍ଲେଡର ଷ୍ଟୋନ ହେବାର ସମ୍ଭାବନା ୨୫ % କମ ହୋଇଯାଏ । ଏହା ବ୍ୟତିତ ଏଥିରେ ଉପସ୍ଥିତ ଟ୍ରିପ୍ଟୋଫେନ ଡିପ୍ରେସନ ଭଳି ସମସ୍ୟାରୁ ରକ୍ଷା କରିଥାଏ ।
– ସପ୍ତାହକୁ ୪ ଦିନ ଚିନାବାଦାମ ଖାଇବା ଦ୍ୱାରା ହୃଦ ଜନିତ ସମସ୍ୟା ହେବାର ସମ୍ଭାବନା କମି ଯାଇଥାଏ । ଏଥିରେ ମୋନୋସେଚ୍ୟୁରେଟେଡ ଫ୍ୟାଟ ରହିଥାଏ , ଯାହା ଆମ ହୃତପିଣ୍ଡ ପାଇଁ ଖୁବ୍ ଜରୁରୀ ହୋଇଥାଏ ।
– ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ ଡି ରହିଥାଏ, ଯାହା ଶରୀରର ହାଡକୁ ମଜବୁତ କରିଥାଏ ।
– ଗର୍ଭବତୀ ମହିଳାଙ୍କ ପାଇଁ ବାଦାମ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଗର୍ଭାବସ୍ଥା ସମୟରେ ବାଦାମ ଖାଇବା ଦ୍ୱାରା ଗର୍ଭରେ ବଢୁଥିବା ଶିଶୁର ବିକାଶ ହୋଇଥାଏ ।