ନବ ଦାସ ବିଜେଡିରେ ମିଶିବା ପ୍ରସଙ୍ଗ, କଡା ସମାଲୋଚନା କଲେ ନିରଂଜନ

ଭୁବନେଶ୍ୱର, ୧୫/୧: ବିଧାୟକମାନେ ଦଳ ଛାଡିଲେ ମୁଁ ଦୁଖିତ । ଆଦର୍ଶହୀନ ବ୍ୟକ୍ତି ଦଳ ଛାଡିଲେ କଂଗ୍ରେସ ପାଇଁ ଭଲ । ନବ ଦାସ ବିଡେଜିରେ ଯୋଗ ଦେବା ପ୍ରସଙ୍ଗକୁ ନେଇ ଆଜି ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ଗତ କିଛିଦିନ ଧରି କଂଗ୍ରେସର ଟାଣୁଆ ନେତା ତଥା ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ନିଜେ ମଧ୍ୟ ଏନେଇ ବହୁବାର ସଙ୍କେତ ଦେଇ ସାରିଛନ୍ତି । ଆହୁରି ମଧ୍ୟ ଦଳର ଆଉ ଦୁଇ ନେତା ପ୍ରକାଶ ବେହେରା ଏବଂ ଯୋଗେଶ ସିଂ ଦଳ ଛାଡିବା ନେଇ ଆଲୋଚନା ହେଉଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ନିରଂଜନ । ସେ କହିଛନ୍ତି କି, ଯଦି ବିଧାୟକ ଦଳ ଛାଡନ୍ତି ତେବେ ଦୁଃଖର କଥା । ବର୍ତମାନ ପରିସ୍ଥିତି ଯାହା ସେ ନିଜେ ଦଳ ଛାଡିଲେ ବି କଂଗ୍ରେସର କ୍ଷତି ହେବ ନାହିଁ । ଆଦର୍ଶହୀନ ବ୍ୟକ୍ତି ଯେତେ ଶୀଘ୍ର ଦଳ ଛାଡିବେ ତାହା ଭଲ । ଆଦର୍ଶହୀନ ଲୋକ ଗଲେ ଆଦର୍ଶ ଥିବା ଲୋକ ଦଳରେ ସାମିଲ ହେବେ ।