ସାଣ୍ଡ୍ରା ପିନେଡା ନାମକ ଜଣେ ଯୁବତୀ ଏକ କୁକୁରର ଫଟୋ ସୋସାଲ ମିଡିଆରେ ସେୟାର କରିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ସମସ୍ତଙ୍କର ଏଇ ଗୋଟିଏ ପଶ୍ନ ଯେ ଏହା ପ୍ରକୃତରେ କୁକୁର ନା କୁକୁରର ଷ୍ଟାଚୁ୍ୟ । ତେବେ ଏହି କୁକୁରର ନାମ ପାଇପର । ପିନେଡା ଏହି କୁକୁରକୁ ଗତ ମାର୍ଚ୍ଚରେ କିଣିଥିଲେ । ତାଙ୍କୁ ସମସ୍ତେ ଏହି ଗୋଟିଏ ପଶ୍ନ ହିଁ କରିଥାନ୍ତି କିନ୍ତୁ ପିନେଡା କୁହନ୍ତି ମୁଁ ଏହାକୁ ସବୁବେଳେ ଦେଖୁଛି ତ ସେଥିପାଇଁ ମୋତେ ଏପରି କିଛି ଅନୁଭବ ହୁଏନାହିଁ । ନ୍ୟାସନାଲ୍ ଜୋଗ୍ରାଫିର ତଥ୍ୟ ଅଦୁଯାୟୀ ଏହି କୁକୁର ପ୍ରଜାତି ୩୫୦୦ ବର୍ଷ ପୁରୁଣା । ଏହି କୁକୁର ଦକ୍ଷିଣ ଆମେରିକାର ଆଜ୍ଟେକ୍ ଏବଂ ମାୟା ସଭ୍ୟତାର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା ।