ଭୁବନେଶ୍ୱର, ୨୨/୧: ବରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ହୋଇଥିବା ପ୍ରଣୟ କୁମାର ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ସୋମବାର ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।
ସେ କହିଥିଲେ ଯେ, ଉପନିର୍ବାଚନରେ ଦଳ କାହିଁକି ପରାଜୟ ହେଲା ତାହାର ସମୀକ୍ଷା କରିବା ପାଇଁ ସେ କହିଥିଲେ। କିନ୍ତୁ ତାହା କରାଗଲା ନାହିଁ। କଂଗ୍ରେସ ପୁନର୍ବିନ୍ୟାସରେ ତାଙ୍କର କୌଣସି ଭୂମିକା ରହିଲା ନାହିଁ। ଅପରପକ୍ଷରେ ସେ କଂଗ୍ରେସ ଛାଡ଼ିବା ପରେ ବିଜେଡ଼ିରେ ଯୋଗଦେବେ କି ବୋଲି ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ପ୍ରଣୟ ଏଭଳି ସମ୍ଭାବନାକୁ ଖଣ୍ଡନ କରି ନ ଥିଲେ। ତେବେ ବିଜେଡିରେ ସାମିଲ ହେବା ପାଇଁ ତାଙ୍କୁ ଅଫର ମିଳିଛି ବୋଲି ସେ ପ୍ରକାଶ କରିଥିଲେ।