୩୧ରେ ଓଡ଼ିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର,୨୩/୧: ଓଡ଼ିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ୩୧ ତାରିଖରେ ସେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। କେଜ୍ରିୱାଲଙ୍କ ସହ ଅନ୍ୟ ଜାତୀୟ ଦଳର କିଛି ନେତା ଏହି ସମାବେଶରେ ଯୋଗ ଦେବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାମାଜିକ ନ୍ୟାୟ ଅଭିଯାନର ଆବାହାକ ଦେବୀ ପ୍ରସାଦ ପୃଷ୍ଟି।

ସେହିପରି ଆସନ୍ତା ୨୯ରେ ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ କଟକ ଜିଲ୍ଲା ସାଲେପୁରର କୁଳିଆରେ ଆୟୋଜିତ ସଭାରେ ଯୋଗଦେବେ। ଏନେଇ ସୂଚନା ଦେଲେ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏନେଇ ବିଧିବଦ୍ଧ ସୂଚନା ମିଳିନଥିଲେ ମଧ୍ୟ ୨୯ ତାରିଖରେ ଶାହଙ୍କ ସଭା ହେବା ନେଇ ସମ୍ଭାବନା ଥିବା କଥା ସେ କହିଛନ୍ତି।

SBI_Festive_Digital Billboard