ରାଗ ଫେଡିବାର ୫ଟି ଉପାୟ

ରାଗ ମଣିଷର ପରମ ଶତୃ। ମଣିଷ ରାଗ ସମୟରେ କଣ କରେ କଣ କୁହେ ସେ ନିଜେ ବି ଜାଣି ନଥାଏ । କିଛି ସମୟରେ ମଣିଷ ଅତ୍ୟନ୍ତ ରାଗି ଯାଇ ସମ୍ପର୍କ କାଟିବାକୁ ମଧ୍ୟ ପଛାନ୍ତି ନାହିଁ ତ ଆଉ କିଛି ଲୋକ ଅତିମାତ୍ରାରେ ରାଗି ଯାଇ ନିଜର ଜୀବନ ମଧ୍ୟ ନେଇଥାନ୍ତି । ତେଣୁ ରାଗରେ କିଛି ଭୁଲ୍‌ ପଦକ୍ଷେପ ଉଠାଇବା ପୂର୍ବରୁ ଜାଣନ୍ତୁ କିପରି ରାଗକୁ ନିୟନ୍ତ୍ରଣ କରିବେ ।
* ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେତେବେଳେ କାହାକୁ କିଛି କହିବା ପୂର୍ବରୁ ୧୦ ଯାଏଁ ଓଲଟା ଗଣନ୍ତୁ ।
* ରାଗରେ କାହାକୁ କିଛି ପ୍ରତିକ୍ରିୟା ଦେବାକୁ ଇଚ୍ଚା ହେଉଥିଲେ ବାୟାମ କରନ୍ତୁ ନଚେତ୍‌ ସିଡିରେ ଚାଲନ୍ତୁ । ଏହାଦ୍ୱାରା ରାଗ କମିଯାଇଥାଏ ।
* ଯଦି ଆପଣଙ୍କୁ ଶୀଘ୍ର ରାଗ ଆସୁଛି ତେବେ ଆପଣ ଆପଣଙ୍କର ପ୍ରିୟ ଗୀତ ଶୁଣି ରାଗକୁ ନିୟନ୍ତ୍ରଣ କରିପାରିବେ ।
* ରାଗ ସମୟରେ ଦୀର୍ଘ ନିଶ୍ୱାସ ନେଲେ ମଧ୍ୟ ରାଗ କମିଯାଇଥାଏ ।
* କାହାକୁ କିଛି କହିବା ପୂର୍ବରୁ ପ୍ରଥମେ ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ଆପଣ ନିଜର ରାଗ ଉପରେ ଧୀରେ ଧୀରେ ନିୟନ୍ତ୍ରଣ ରଖିପାରିବେ ।

SBI_Festive_Digital Billboard