ଆଗାମୀ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ଦୁଇଦିନିଆ ବୈଠକ ଆରମ୍ଭ

ଭୁବନେଶ୍ୱର,୨୮/୧: ଆଗାମୀ ନିର୍ବାଚନକୁ ନେଇ ଜିଲ୍ଲାପାଳମାନଙ୍କର ଦୁଇଦିନିଆ ବୈଠକ ଗୋପବନ୍ଧୁ ଏକାଡେମୀରେ ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଛନ୍ତି । ନିର୍ବାଚନ ସମୟରେ ସେମାନେ କିଭଳି ଭାବରେ ନିର୍ବାଚନର ସୁପରିଚାଳନା କରିବେ ଏନେଇ ତାଙ୍କୁ ଟ୍ରେନିଂ ଦିଆଯିବ ।

ସୂଚନାଯୋଗ୍ୟ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳମାନଙ୍କର ପ୍ରମୁଖ ଭୂମିକା ରହିଛି । ଚୂଡାନ୍ତ ଭୋଟର ତାଲିକା, ସୁରକ୍ଷା ବଳୟ ମୁତୟନ ଓ ଅପସରଣ, ସାମାଜିକ ଗଣମାଧ୍ୟମରେ ପ୍ରଚାରପ୍ରସାର, ଆଦର୍ଶ ଆଚରଣ ବିଧି, ଇଭିଏମ, ଭିଭିପା, ଭୋଟ କେନ୍ଦ୍ରର ତାଲିକା, ସମ୍ବେଦନଶୀଳ ବୁଥ ଇତ୍ୟାଦିକୁ ନେଇ ଜିଲ୍ଲାପାଳମାନଙ୍କୁ ଟ୍ରେନିଂ ଦିଆଯିବ । ଜିଲ୍ଲାପାଳମାନେ ଏହି ଦୁଇଦିନିଆ ଟ୍ରେନିଂ ଦ୍ୱାରା ଆଗାମୀ ନିର୍ବାଚନରେ ଶାନ୍ତିଶୃଂଖଳାର ସହ ସହକାରୀ ସମ୍ପାଦନ କରିବାରେ ସକ୍ଷମ ହୋଇପାରିବେ ବୋଲି କୁହାଯାଉଛି।