ଛୋଟ ପିଲାଙ୍କ ପାଇଁ ଚାରୁମଗଜ ଖାଇବା ହିତକର ହୋଇଥାଏ । ଥଣ୍ଡାଦିନେ ଚାରୁମଗଜ ଖାଇବା ଦ୍ୱାରା ପିଲାଙ୍କ ଶରୀରରେ ଶକ୍ତି କ୍ଷରଣ ହୋଇଥାଏ । ଚାରୁମଗଜରେ ପୋଷକତତ୍ୱ ଯେପରିକି ପ୍ରୋଟିନ୍, କ୍ୟାଲ୍ସିୟମ୍, ବି କମ୍ପଲେକ୍ସ ଓ ଆଣ୍ଟି ଅକ୍ସିଡାଇଜ୍ ଆଦି ରହିଥାଏ । ଯଦି ପିଲାମାନେ ଚାରୁମଗଜ ଖାଇବାକୁ ଭଲ ପାଉଛନ୍ତି ତ ସ୍ନାକ୍ସରେ ପକାଇ ଦେବା ଉଚିତ୍ । ଚାରୁମଗଜର ଉପକାରିତା-
* ଶକ୍ତିରେ ଭରପୂର- ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ରହିଛି ଯାହା ଶରୀରରେ ଅଧିକ ମାତ୍ରାରେ କ୍ୟାଲୋରୀ ଯୋଗାଇଥାଏ । ୧୦୦ ଗ୍ରାମ୍ ଚାରୁମଗଜରେ ପାଖାପାଖି ୫୭୩ କ୍ୟାଲୋରୀ ରହିଥାଏ । ତେଣୁ ଶିଶୁଙ୍କ ଖାଦ୍ୟରେ ଏହାକୁ ସାମିଲ୍ କରିବା ଆବଶ୍ୟକ ।
* ମାନସିକ ଚିନ୍ତା ଦୂର କରେ- ଚାରୁମଗଜ ଖାଇବା ଦ୍ୱାରା ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ । ମାନସିକ ଦୁର୍ବଳତା ହ୍ରାସ ପାଏ । ଚାରୁମଗଜକୁ ବୁଦ୍ଧିବର୍ଦ୍ଧକ କୁହାଯାଏ । ଚାରୁମଗଜରେ ପ୍ରୋଟିନ୍, କ୍ୟାଲ୍ସିୟମ୍ ଓ ବି କମ୍ପଲେକ୍ସ ପରିମାଣ ପାଇଁ ମାନସିକ ଦୁର୍ବଳତା କମିଯାଏ ।
* ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ- ଚାରୁମଗଜ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଫ୍ରି ରେଡିକଲ୍ସ ପ୍ରଚୁର ପରିମାଣର ମେଦ ସୃଷ୍ଟି କରିଥାଏ । ଯାହା ନିକଟତର ଟିସୁ ଓ ସେଲ୍ ଗୁଡିକୁ କ୍ଷତି ପହଞ୍ଚାଇଥାଏ । ତାକୁ ରୋକିବା ପାଇଁ ଆଣ୍ଟିଅକ୍ସିଡେଣ୍ଟ ଜାତ ଖାଦ୍ୟ ଖାଇବା ଆବଶ୍ୟକ । ଏହା ଫ୍ରି ରେଡିକଲ୍ସକୁ ନଷ୍ଟ କରି ଶରୀରରେ ମେଦ ନିୟନ୍ତ୍ରଣରେ ଲାଭଦାୟୀ ହୋଇଥାଏ ।
* ଇମୁ୍ୟନିଟି ବଢାଏ- ଚାରୁମଗଜରେ ବହୁ ପରିମାଣର ଭିଟାମିନ୍ ରହିଥାଏ ଯାହା ଶରୀରରେ ଇମୁ୍ୟନିଟି ବଢାଇବାରେ ସାହାଯ୍ୟ କରେ । ପିଲାଙ୍କ ଶରୀରରେ ଇମୁ୍ୟନିଟି କମ୍ ଥିବା ହେତୁ ସଂକ୍ରମଣ ଓ ରୋଗ ପ୍ରତିରୋଧ ଶକ୍ତି କମ୍ ଥାଏ । ପିଲାବେଳୁ ଯଦି ଇମୁ୍ୟନିଟି ପ୍ରତି ଧ୍ୟାନ ରଖାଯାଏ ତେବେ ରୋଗରୁ ରକ୍ଷା କରାଯାଇପାରିବ ।
* ଲଘୁ ଶଙ୍କା ସମସ୍ୟା- ଯଦି ପିଲା ଶେଯରେ ପରିସ୍ରା କରିଦେଉଛି ତେବେ ଏହି ସମସ୍ୟାକୁ ଏଡାଇବା ପାଇଁ ଚାରୁମଗଜ ଦିଅନ୍ତୁ । ଏଥିପାଇଁ କଳା ଚାରୁମଗଜକୁ ଗୁଡ ସହ ମିଶାଇ ଲଡୁ ତିଆରି କରି ପିଲାଙ୍କୁ ଖୁଆଇବା ଆବଶ୍ୟକ ।
* ଘା’ରୁ ରକ୍ଷା- ଖଣ୍ଡିଆ ଓ ଘା’ରୁ ରକ୍ଷା ପାଇବା ପାଇଁ ଚାରୁମଗଜ ଖାଇବା ଉଚିତ୍ । ଚାରୁମଗଜ ଶୀଘ୍ର ଘା’ ଭରିବାରେ ସାହାଯ୍ୟ କରେ । ଏଥିରେ ଥିବା ଆଣ୍ଟିବ୍ୟାକେଫରିଆ ଗୁଣ ଘା’ ଓ ଖଣ୍ଡିଆକୁ ଶୀଘ୍ର ଠିକ୍ କରିଦିଏ ।
* ହାଡ ମଜବୁତ୍ କରେ- ଚାରୁମଗଜରେ ପ୍ରୋଟିନ୍ ସହ ଏମିନୋ ଏସିଡ୍ ରହିଥାଏ । ପିଲାର ବୌଦ୍ଧିକ ବିକାଶ ହେବା ସହ ଶାରୀରିକ ବିକାଶ ମଧ୍ୟ ହୋଇଥାଏ । ଦୈନନ୍ଦିନ ୧୦୦ ଗ୍ରାମ୍ ଚାରୁମଗଜ ମଞ୍ଜି ସେବନ କରିବା ଦ୍ୱାରା ୬୦ ମିଲିଗ୍ରାମ୍ କ୍ୟାଲ୍ସିୟମ୍ ମିଳିଥାଏ । ଗରମ ଦିନେ ୨୫ ଗ୍ରାମ୍ ଓ ଶୀତ ଦିନେ ୫୦ ଗ୍ରାମ୍ କ୍ୟାଲ୍ସିୟମ୍ ଖାଇବା ଦ୍ୱାରା ଶରୀରର ଆବଶ୍ୟକତା ପୂରଣ ହୋଇଥାଏ ।
Prev Post
Next Post