୩୩ବର୍ଷ ବୟସରେ ପାଦଥାପିଛନ୍ତି ବଲିଉଡ୍ ନାୟିକା ଶୃତି ହାସନ୍ । ପ୍ରାରମ୍ଭିକ ଅବସ୍ଥାରୁ ସଂଗୀତରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ ଶୃତି । କିନ୍ତୁ ସମୟ ବୀତିବା ସହ ତାଙ୍କ ପସନ୍ଦ ମଧ୍ୟ ବଦଳି ଗଲା ଯାହାଫଳରେ ସେ ଅଭିନୟ ଜଗତରେ ଏବେ ନିଜ କ୍ୟାରିୟର ଗଢ଼ୁଛନ୍ତି । ଶୃତି ବ୍ରିଟିଶ ଥିଏଟର ଅର୍ଟିଷ୍ଟ ମାଇକେଲଙ୍କୁ ଏବେ ଡେଟ୍ କରୁଛନ୍ତି । କୁହାଯାଉଛି ଏ ଦୁହେଁ କୁଆଡେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ଜନ୍ମଦିନ ଅବସରରେ ସାଉଥ ସୁପରଷ୍ଟାର କମଲ ହାସନ୍ଙ୍କ ସୁପୁତ୍ରୀ ଶୃତି ପିଲାଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି “ ବିବାହ ପୂର୍ବରୁ ପିଲା ଜନ୍ମ ହେବା ଏକ ଅପରାଧ ନୁହେଁ । ମୋ କ୍ଷେତ୍ରରେ ଯଦି ଏପରି ଘଟଣା ଘଟେ ତେବେ ମୁଁ ଏହାକୁ ସଆଦରେ ଗ୍ରହଣ କରିବି, ତେବେ ଏନେଇ ଗଣମାଧ୍ୟମ ଯାହା କହିଲେ ବି ତା’ ମୋ ଉପରେ କୌଣସି ପ୍ରକାର ପ୍ରାବ ପକାଇବ ନାହିଁ।’’ ୧୯୮୬ରେ ଶୃତି ମା’ ସାରିକାଙ୍କ କୋଳରେ ଜନ୍ମ ହୋଇଥିବାବେଳେ ବର୍ଷ୧୯୮୮ରେ କମଲ ଓ ସାରିକା ବାହା ହୋଇଥିଲେ । କହିବାକୁ ଗଲେ ଶୃତି ହେଉଛନ୍ତି କମଲ ଓ ସାରିକାଙ୍କ ବିବାହ ପୂର୍ବର ସନ୍ତାନ । ସାରିକାଙ୍କୁ ବିବାହ କରିବା ପାଇଁ କମଲ ତାଙ୍କ ପ୍ରଥମ ପନିୀ ବାନୀ ଗଣପଥୀଙ୍କୁ ଛାଡପତ୍ର ହେଇଥିଲେ । ଶୃତି ଚଳିତ ବର୍ଷ ବୟଫ୍ରେଣ୍ଡ ମାଇକେଲଙ୍କୁ ବିବାହ କରିବା କଥା ଚର୍ଚ୍ଚା ଜୋର ଧରିଛି ।